ଦଣ୍ଡ ମୁକ୍ତ ଅଞ୍ଚଳ ସ୍କୁଲରେ ଛାତ୍ରୀଙ୍କୁ କଠିନ ଦଣ୍ଡ, ପାଠ କରି ନ ଥିବାରୁ ୨୦୦ ଥର ଉଠବସ୍ କରାଇଥିଲା ଶିକ୍ଷକ। ୮୦ ଥର ବସ ଉଠ ପରେ ଅସୁସ୍ଥ ହୋଇ ପଡ଼ିଥିଲେ ସଂପୃକ୍ତ ଛାତ୍ରୀ। ଏହା ପରେ ତାଙ୍କୁ କଖଡ଼ି ସ୍ଥିତ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ପରେ ତାର ସ୍ୱାସ୍ଥ୍ୟ ଅବନତି ଘଟିବାରୁ ତାକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି,ଏହି ଘଟଣା ହେଉଛି କଟକ ଜିଲ୍ଲା କଖଡି ନୋଡାଲ ହାଇସ୍କୁଲରେ। ନବମ ଶ୍ରେଣୀ ଛାତ୍ରୀ ଲିଜାରାଣୀ ବେହେରା ପାଠ କରି ନ ଥିବାରୁ ସ୍କୁଲର ଶିକ୍ଷୟତ୍ରୀ ତାଙ୍କୁ ୨୦୦ ଥର ଉଠବସ୍ ହେବାକୁ କହିଥିଲେ। ଲିଜା ୮୦ ଥର ଉଠବସ୍ ହେବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହିଘଟଣା ସ୍କୁଲ ପାଇଁ ନୂଆ ନୁହେଁ ପ୍ରକାଶ ଯେ 3 ମାସ ପୂର୍ବରୁ ଜଣେ ଛାତ୍ରକୁ ପାଠ କରିନଥିବାରୁ ମାଡ଼ ମରାଯାଇ ଲହୁଲୁହାଣ କରାଯାଇଥିଲା ପରେ ସ୍କୁଲ ର କମିଟି ଓ କିଛି ନେତାଙ୍କ ଦ୍ୱାରା ଘଟଣାଟିକୁ ରଫା ଦଫା କରାଯାଇଥିଲା, ଏବେ ପୁନରାବୃତ୍ତି ଘଟିଲା ଆଗକୁ ଘଟିବ, ତେବେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବିକରାଯାଇଛି
ସ୍କୁଲରେ ଛାତ୍ରୀଙ୍କୁ କଠିନ ଦଣ୍ଡ: ୨୦୦ ଥର ଉଠବସ୍ କରାଇବାରୁ ଛାତ୍ରୀ ଗୁରୁତର
By madhulekha1 Min Read
