ପାକିସ୍ତାନ ମାଟିରେ ପୁଣି ଜଣେ ଭାରତର ଶତ୍ରୁ ନିହତ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଆତଙ୍କବାଦୀ ହାମଜା ବୁରହାନକୁ ଗୁଳି କରି ହତ୍ୟା କରିଛନ୍ତି। କିଛି ଅଜ୍ଞାତ ବନ୍ଧୁକଧାରୀ ତାକୁ ଟାର୍ଗେଟ୍ କରି ଏହି ଏନକାଉଣ୍ଟର କରିଛନ୍ତି।ହମଜା ବୁରହାନ ପାକିସ୍ତାନ ସ୍ଥିତ ଏକ ଆତଙ୍କବାଦୀ ନେଟୱାର୍କ ସହିତ ଜଡିତ ଥିବା ଜଣାପଡିଛି ଏବଂ ପୁଲୱାମା ଆକ୍ରମଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିଶ୍ୱାସ କରାଯାଉଛି। ୧୪ ଫେବୃଆରୀ, ୨୦୧୯ରେ ଜମ୍ମୁ ଏବଂ କଶ୍ମୀରରେ ପୁଲୱାମା ଆକ୍ରମଣ ହୋଇଥିଲା, ଯେଉଁଥିରେ ୪୦ ଜଣ ସିଆରପିଏଫ ସୈନିକ ଶହୀଦ ହୋଇଥିଲେ। ଏହି ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା, ଏବଂ ଭାରତ ପରବର୍ତ୍ତୀ ସମୟରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ବାଲାକୋଟ ଏୟାରଷ୍ଟ୍ରାଇକ କରିଥିଲା।
ଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିପାତ, ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ଗଲା ଜୀବନ
By madhulekha1 Min Read
