ବାଲିଅନ୍ତା ବର୍ବରତା ନେଇ ରାଜନୀତି ସରଗରମ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ।ସେ କହିଛନ୍ତି , ନିର୍ବାଚନ ବେଳେ ବିଜେପି ନେତା କହିଲେ ଓଡ଼ିଶା ଏକ ନମ୍ବର ହେବ । ଓଡ଼ିଶା ଅପରାଧ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ନମ୍ବର ୱାନ ହୋଇଛି । ହତ୍ୟା, ରେପ, କିଡନାପରେ ଓଡିଶା 1 ନମ୍ବର ହୋଇଛି । ହିଞ୍ଜିଳି, କଣାସ, ଢେଙ୍କାନାଳ ରେପ୍ ଘଟଣା ପରେ ବାଲିଅନ୍ତା ଘଟଣା , ମର୍ମନ୍ତୁଦ ଦୃଶ୍ୟ ଛାତି ଥରାଇ ଦେଲା ଭଳି ସବୁ ଘଟଣାରେ କ୍ରାଇମ ହେଉଛି ଆଉ ତାର ଭିଡିଓ ମଧ୍ୟ ରେକର୍ଡ଼ିଂ ହେଉଛି ।ପୁଲିସ ଉପସ୍ଥିତିରେ ହତ୍ୟା ହେଉଛି। ପୁଲିସକୁ ଜଣାଇକି ବି ହତ୍ୟା ହେଉଛି। ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ସରକାର ନା ସମ୍ବେଦନଶୀଳତା ପ୍ରକାଶ କରୁଛନ୍ତି ନା ଗୁରୁତ୍ୱ ଦେଇ ସମୀକ୍ଷା କରୁଛନ୍ତି। ରାଜ୍ୟକୁ କେବଳ ଜଗନ୍ନାଥ ଭରସା।
ସୌମ୍ୟରଞ୍ଜନଙ୍କୁ ହତ୍ୟା ଘଟଣା । ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଓଡ଼ିଶା ନମ୍ବର ୱାନ୍ : ଅରୁଣ ସାହୁ
By madhulekha1 Min Read
