ପାରାଦୀପ ତାରିଣୀଗଡାରେ ଛାତରୁ ପଡ଼ି ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପାରାଦୀପ ଆଦର୍ଶ ଥାନା ପୋଲିସ । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିଲା ପୋଲିସ । ଯୁବତୀଙ୍କ ବୟଫ୍ରେଣ୍ଡ ସୋମନାଥ ଥିଲା ହତ୍ୟା ପଛର ମାଷ୍ଟରମାଇଣ୍ଡ । ହତ୍ୟାକାଣ୍ଡରେ ଭଡ଼ାଟିଆ ଶୁଭମ ସିଂ କରିଥିଲା ସହଯୋଗ । ଦୁଇ ଜଣଙ୍କୁ ଗିରଫ କଲା ପାରାଦୀପ ଆଦର୍ଶ ଥାନା ପୋଲିସ । ସିସିଟିଭି ଫୁଟେଜ ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ତଦନ୍ତ ଚଳାଇଥିଲା ପୋଲିସ ।ତେବେ ପୋଲିସ ପକ୍ଷରୁ ଏ ନେଇ ଏବେସୁଦ୍ଧା କୌଣସି ସୂଚନା ପ୍ରଦାନ କରାଯାଇନଥିବା ବେଳେ ସନ୍ଧ୍ୟାରେ ଜଗତସିଂହପୁର ଏସ୍ପି ଅଙ୍କିତ ବର୍ମା ସମ୍ପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ଖୁଲାସା କରିବେ ବୋଲି ପାରାଦୀପ ଆଦର୍ଶ ଥାନା ପକ୍ଷରୁ ପ୍ରକାଶ କରାଯାଇଛି ।ଗତକାଲି ବଏଫ୍ରେଣ୍ଡ ସୋମନାଥ ଓଝା ଏବଂ ଭଡାଟିଆ ଶୁଭମ୍ ସିଂଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ଏହାପରେ ଘଟଣା ସ୍ଥଳରେ ସିନରିକ୍ରିଏସନ କରିବା ପରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ଯୁବତୀ ଜଣଙ୍କ ଘରୁ ଶାରଳା ମନ୍ଦିର ଯିବାକୁ କହି ବାହାରି ଆସିଥିଲେ । ସେହିଦିନ ମଧ୍ୟାହ୍ନ ସମୟରେ ଏକ ଅଜଣା ନମ୍ବରରୁ ଯୁବତୀଙ୍କ ଭାଇଙ୍କ ପାଖକୁ ଫୋନ୍ ଆସିଥିଲା । ତୁମ ଭଉଣୀ ରାହାମା ପାଖରେ ଅଛି ତାକୁ ନେଇଯାଅ ବୋଲି କେହି ତାଙ୍କୁ କହିବା ସହ ପରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ଯୁବତୀଙ୍କର ଫୋନ ମଧ୍ୟ ସୁଇଚ୍ ଅଫ୍ ରହିଥିଲା । ପରିବାର ଲୋକେ ଯୁବତୀଙ୍କୁ ଖୋଜାଖୋଜି କରି ନପାଇବା ପରେ ଭଉଣୀ ନିଖୋଜ ହେବା ନେଇ ତିର୍ତ୍ତୋଲ ଥାନାରେ ତାଙ୍କ ଭାଇ ଅଭିଯୋଗ କରିଥିଲେ । ସେପଟେ ଶାରଳା ମନ୍ଦିର ଯିବାର ପୂର୍ବ ରାତିରେ ଯୁବତୀ ଦାଣ୍ଡ ବାରଣ୍ଡାରେ ବସି ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଦୀର୍ଘ ସମୟ କଥା ହେବା ସହ ତାଙ୍କୁ ପରଦିନ ଶାରଳା ମନ୍ଦିର ଆସିବାକୁ କହୁଥିବା ତାଙ୍କ ଜେଜେ ବାପା କହିଥିଲେ ।
ପାରାଦୀପ ତାରିଣୀଗଡ଼ା ଜଘନ୍ୟ ହତ୍ୟା କାଣ୍ଡ, ଯୁବତୀଙ୍କ ବୟଫ୍ରେଣ୍ଡ ଥିଲା ହତ୍ୟା ପଛର ମାଷ୍ଟରମାଇଣ୍ଡ
By madhulekha2 Mins Read
