ରଖେ ହରି ତ ମାରେ କିଏ।ଦୁର୍ଘଟଣାର ଶିକାର ହୋଇ କୋମାକୁ ଚାଲି ଯାଇଥିବା ଜଣେ ବ୍ୟକ୍ତି ମହାପ୍ରଭୁଙ୍କ କୃପାରୁ ଧିରେ ଧିରେ ସୁସ୍ଥ ହେଉଛନ୍ତି। ସେ ହେଲେ ବ୍ରହ୍ମପୁର ଅଞ୍ଚଳର ଅଭିରାମ ନାୟକ।ଗତ କିଛି ମାସ ତଳେ ଅଭିରାମ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ଚାରିମାସ କାଳ ଆଇସିୟୁରେ ରହି ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଆସିଲା ନାହିଁ କୌଣସି ଉନ୍ନତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଭିରାମ କୋମାକୁ ଚାଲିଯାଇଥିଲେ। ପରିବାର ଲୋକେ ଅଭିରାମଙ୍କ ସୁସ୍ଥତା ପାଇଁ ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କଲେ। କିନ୍ତୁ ସବୁ ଉଦ୍ୟମ ଫେଲ୍ ମାରିଥିଲା। ଶେଷରେ ମହାପ୍ରଭୁଙ୍କ ଶରଣ ପଶିଲେ ଅଭିରାମଙ୍କ ପରିବାର।ଠାକୁରଙ୍କ ଦର୍ଶନ ଓ କୃପା ଲାଭ କରିବା ପରେ ଅଭିରାମ ଧିରେ ଧିରେ ସୁସ୍ଥ ହେଉଥିବା କହିଛନ୍ତି ପରିବାର ଲୋକେ। ସେଥିପାଇଁ ଆଜି ତାଙ୍କୁ ପୁନର୍ବାର ପରିବାର ଲୋକେ ମହାପ୍ରଭୁଙ୍କ ନିକଟକୁ ଆଣିଛନ୍ତି।
ମହାପ୍ରଭୁଙ୍କ କୃପାରୁ ଧିରେ ଧିରେ ସୁସ୍ଥ ହେଉଛନ୍ତି ଅଭିରାମ
By madhulekha1 Min Read
