ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗକୁ ଆହୁରି ବଢ଼ିବ ଶୀତ । ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପ୍ରବଳ ଶୀତ ଅନୁଭୂତ ହେଉଛି । ୮ ଡିଗ୍ରୀ ତଳେ ରହିଛି ପାରଦ । ଶୀତରୁ ରକ୍ଷା ପାଇବାକୁ ନିଆଁ ପୁଇଁ ହେଉଛନ୍ତି ଲୋକ । ସକାଳୁ ସକାଳୁ ଚା ଦୋକାନରେ ବି ଭିଡ ଜମୁଛି ।ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ ପଡୁଛି। ଏଥିସହ ଅସହ୍ୟ ଶୀତରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସନ୍ଧ୍ୟା ପୂର୍ବରୁ ସହର ଜନଶୂନ୍ୟ ହୋଇଯାଉଛି।
ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା
By madhulekha1 Min Read
