ଦଶପଲ୍ଲା ଥାନା ବିନାପହଁରା ଗାଁର ହରି ଥାଟେଇ ନାମକ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ବାହାରିଥିଲେ । ପଙ୍କୁଆ କଳସଖମଣ ରାସ୍ତାରେ ଯାଉଥିବା ସମୟରେ ଉଡୁଡା ନିକଟ ରାସ୍ତାରେ ପଡ଼ିଥିଲା ଏକ ବିଦ୍ୟୁତ ତାର । ଆଉ ସେହି ତାର ସଂସ୍ପର୍ଶରେ ଆସି ଯୁବକ ହରିଙ୍କ ଜୀବନ ଗଲା । ଦଶପଲ୍ଲା ପୋଲିସ ତଦନ୍ତ କରିବା ସମୟରେ ମୃତ ହରିଙ୍କ ପକେଟରୁ ତାଙ୍କ ମୋବାଇଲ ଜବତ କରିଥିଲା । ଆଉ ମୋବାଇଲ ଯାଞ୍ଚ କରି ହରିଙ୍କ ପ୍ରେମିକା ନିକଟରେ ପହଁଚିଥିଲା ପୋଲିସ । ସେତେବେଳେ ବାହାରିଥିଲା ଘଟଣା ପଛର ରହସ୍ୟ । ହରି ପ୍ରେମିକାଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ହିଁ ବିଦ୍ୟୁତ ଫାସରେ ପଡ଼ି ମୃତ୍ୟୁବରଣ କରିଥିବା ଜଣା ପଡ଼ିଥିଲା । ପରେ ବିଦ୍ୟୁତ ଫାସ ପକାଇଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଦଶପଲ୍ଲା ଥାନା ପୋଲିସ ।ପୁଅକୁ ହରାଇ ଭାଙ୍ଗି ପଡ଼ିଛି ପୂରା ପରିବାର । ତେଣୁ ହରିଙ୍କୁ ମାରିବାକୁ ଏଭଳି କିଛି ପ୍ଲାନ୍ ଥିଲା ନା ବେଆଇନ୍ ଫାସ ହିଁ ତାଙ୍କ ଜୀବନ ନେଇଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
ପ୍ରେମିକାକୁ ଦେଖା କରିବାକୁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରେମିକର ଗଲା ଜୀବନ
By madhulekha1 Min Read
