ଦୁଇ ଦିନିଆ ଭାରତ ଗସ୍ତ ସାରି ସେ ଋଷ ଗସ୍ତ କରିଛନ୍ତି । ଶୁକ୍ରବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପୁଟିନଙ୍କୁ ଆନୁଷ୍ଠାନିକ ଭାବରେ ସ୍ୱାଗତ କରାଯାଇଥିଲା ।ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଭବ୍ୟ ନୈଶ ଭୋଜି । ରାଷ୍ଟ୍ରପତି ଭବନରେ ତାଙ୍କୁ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ପରଷାଯାଇଥିଲା । ପୁରା ପାରମ୍ପରିକ ରୀତିରେ ଥାଳିରେ ରଖାଯାଇଥିଲା ଭାରତୀୟ ବ୍ୟଞ୍ଜନ । ଏଥିରେ ବିଭିନ୍ନ ରାଜ୍ୟର ଖାଦ୍ୟ ସାମିଲ କରାଯାଇଥିଲା ।ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଋଷ ରାଷ୍ଟ୍ରପତି ପୁଟିନ ପରସ୍ପର ପାଖରେ ବସିଥିଲେ।ଭାରତର ରାଜକୀୟ ଭୋଜନ ସର୍ବଦା ବିଶ୍ୱବ୍ୟାପୀ ଆଲୋଚନାର ବିଷୟ ହୋଇଆସିଛି । ଏହି ରାତ୍ରୀ ଭୋଜନରେ କେବଳ ବିଭିନ୍ନ ଖାଦ୍ୟ ସାମଗ୍ରୀ ପରିବେଷଣ କରାଯାଏ ନାହିଁ । ବରଂ ବିଦେଶୀ ଅତିଥିଙ୍କ ପସନ୍ଦ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଏ । ଏହି କାରଣରୁ ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଏ ।ଦକ୍ଷିଣ ଭାରତର ମୁରୁଙ୍ଗେଲି ଚାରୁ, କାଶ୍ମୀରର ଗୁଚି ଡୁନ୍ ଚଟଣୀ, କଳାଚଣା ସିକାମପୁରୀ ଷ୍ଟାଟରରେ ପରଷା ଯାଇଥିଲା । ମେନ କୋର୍ସରେ ଥିଲା ଜାଫରାନି ପନିର ରୋଲ, ପାଳଙ୍ଗ ମେଥି ମଟର ଶାଗ, ତନ୍ଦୁରୀ ଆଳୁ , ଆଚାରୀ ବାଇଗଣ, ଡାଲି ତଡକା ସହ ବିଭିନ୍ନ ଶୁଖିଲା ଫଳ ରଖାଯାଇଥିଲା । ଏଥିସହ ଲଚ୍ଛା ପରାଠା, ମଗଜ ନାନ୍ , ସତନାନ୍ ରୋଜି, ମିସି ରୋଟି ଦିଆଯାଇଥିଲା । ବିଭିନ୍ନ ରାଜ୍ୟର ଆଚାର, ସାଲାଡ ଓ ପାମ୍ପଡ ରଖାଯାଇଥିଲା । ଡାଲିମ୍ବ, କମଳା, ଗାଜର ଓ ଅଦାରେ ବିଭିନ୍ନ ପାନୀୟ ପ୍ରସ୍ତୁତ କରାଯାଇଥିଲା ।ଖାଦ୍ୟରେ ବାଦାମ ପୁଡିଂ ଏବଂ କେସର-ପିସ୍ତା କୁଲଫି ଅନ୍ତର୍ଭୁକ୍ତ ଥିଲା।ଏହି ଭୋଜିରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀଙ୍କ ସହ ବିଭିନ୍ନ କ୍ଷେତ୍ରର ଭିଆଇପିମାନେ ଯୋଗ ଦେଇଛନ୍ତି।
ରାଷ୍ଟ୍ରପତି ଭବନରେ ପୁଟିନ୍କୁ ପରସାଗଲା ରାଜକୀୟ ଡିନର
By madhulekha1 Min Read
