ସେଲୁନ ମାଲିକର ସାଇବର ଠକେଇ ନେଟୱର୍କ । ଅସଲି ଟ୍ରେଡ କମ୍ପାନୀର ନକଲି ଆପ୍ ତିଆରି କରି ଠକିଥିଲେ ୯୪ଲକ୍ଷ ଟଙ୍କା । ଅଢ଼େଇ କୋଟିର ଲୋଭ ଦେଖାଇ ଠକେଇ କରି ଧରାପଡିଲେ ୩ଜଣ । ଦେବଗଡ଼ରୁ ସେଲୁନ ମାଲିକ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଏମାନେ ଗତ ଡିସେମ୍ବର ମାସରେ ନକଲି ଟ୍ରେଡ ଆପ କରି ନିବେଶକଙ୍କୁ ଆକୃଷ୍ଟ କରିଥିଲେ । ଡିସେମ୍ବର ୫ରେ ଡିଜିଟାଲ ଇନଭେଷ୍ଟମେଣ୍ଟର ଲୋଭ ଦେଖାଇ ୯୪ଲକ୍ଷ ଠକି ନେଇଥିଲେ । ଗିରଫ ହୋଇଥିବା ଏହି ତିନି ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଆସିଥିଲା । ଏମାନଙ୍କୁ ଗିରଫ କରିବା ସହ ଆକାଉଣ୍ଟକୁ ସିଜ୍ କରିଛି ସାଇବର ଥାନା ପୋଲିସ ।
ଅସଲି ଟ୍ରେଡ କମ୍ପାନୀର ନକଲି ଆପ୍ ତିଆରି କରି ଠକିଥିଲେ ୯୪ଲକ୍ଷ ଟଙ୍କା
By madhulekha1 Min Read
