ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ମୁମ୍ବାଇରେ ଏକ କ୍ୟାବିନେଟ ବୈଠକରେ ଯୋଗ ଦେବା ପରେ, ଅଜିତ ପାୱାର ଏକ ଘରୋଇ କମ୍ପାନୀର ଏକ ଚାର୍ଟର୍ଡ ବିମାନରେ ବାରାମତି ଯାତ୍ରା କରୁଥିଲେ। ଏହି ଦୁର୍ଘଟଣାରେ ମୋଟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।ପ୍ରାଥମିକ ସୂଚନା ଅନୁସାରେ, ବିମାନ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଅଜିତ୍ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ତେବେ ଦୁର୍ଘଟଣାରେ ମୃତ୍ୟୁର କେଇ ମିନିଟ୍ ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଅଜିତ୍ । ଏଥିରେ ସେ ସ୍ବତନ୍ତ୍ରତା ସେନାନୀର ପୁରୋଧା ଲାଲା ଲାଜପତ୍ ରାୟଙ୍କ ଜୟନ୍ତିରେ ତାଙ୍କୁ ମନେପକାଇ ଲେଖିଛନ୍ତି, ’ ମହାନ୍ ସ୍ବତନ୍ତ୍ରତା ସେନାନୀ ସ୍ବରାଜ୍ୟ ପ୍ରଚାରକ, ’ପଞ୍ଜାବ କେସରୀ’ ଲାଲା ଲାଜପତ୍ ରାୟଙ୍କୁ ତାଙ୍କ ଜନ୍ମ ଜୟନ୍ତିରେ ବିନମ୍ର ଶ୍ରଦ୍ଧାଞ୍ଜଳି, ଯିଏ ଦେଶର ସ୍ବାଧୀନତା ପାଇଁ ନିଜର ସବୁକିଛି ତ୍ୟାଗ କରିଦେଲେ , ତାଙ୍କ ଦେଶଭକ୍ତି ସବୁବେଳେ ଆମକୁ ପ୍ରେରଣା ଦେଇଆସୁଛି’ । ବିମାନ ଦୁର୍ଘଟଣା କାହିଁକି ଘଟିଲା ଏବଂ ଏହା ପଛରେ କ’ଣ କାରଣ ଥିଲା ସେ ବିଷୟରେ ପ୍ରାରମ୍ଭିକ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।
ମୃତ୍ୟୁ ପୂର୍ବରୁ ଅଜିତଙ୍କ ଶେଷ ପୋଷ୍ଟ ଭାଇରାଲ
By madhulekha1 Min Read
