ବିନା ହେଲ୍ମେଟ୍ରେ ଅଟୋ ଡ୍ରାଇଭିଂ କରୁଥିବା ନେଇ ଡ୍ରାଇଭରଙ୍କୁ ଆସିଛି ଚାଲାଣ । ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରୁ ଆସିଛି ଏମିତି ସଙ୍ଗୀନ ଅଭିଯୋଗ। ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳର ଜଣେ ଅଟୋ ଡ୍ରାଇଭରଙ୍କୁ ଫାଇନ ଆସିଛି। ଅଟୋ ଚାଳକ ରାମକୃଷ୍ଣ ନାଥଙ୍କ ନିଜ ଅଟୋ ନମ୍ବର OD 22 E 9731ର ପ୍ରଦୂଷଣ ଯାଞ୍ଚ କରିବାକୁ ଯାଇଥିଲେ । ସେହି ସମୟରେ ଗାଡି ନାମରେ ଏକ ହଜାର ଟଙ୍କାର ବକେୟା ଫାଇନ୍ ଦେଖାଇଥିଲା । ତାହା ଗାଡିର କାଗଜପତ୍ର କିମ୍ବା ପଲ୍ୟୁସନ ପାଇଁ ନୁହେଁ, ବରଂ ହେଲମେଟ ନପିନ୍ଧିବା କାରଣରୁ କଟାଯାଇଛି l ମୋଟର ଯାନ ଅଧିନିୟମ ଅନୁଯାୟୀ କେବଳ ଦୁଇ ଚକିଆ ଯାନ ପାଇଁ ହେଲମେଟ୍ ବାଧ୍ୟତାମୂଳକ । କିନ୍ତୁ ତିନି ଚକିଆ ଅଟୋ ପାଇଁ ହେଲମେଟ୍ ଚାଲାଣ କଟିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି Iଏହି ଚାଲାଣଟି ଆଜିର ନୁହେଁ, ବରଂ 17 ନଭେମ୍ବର 2021 ମସିହାର ବୋଲି ଜଣା ପଡ଼ିଛି।
ବିନା ହେଲ୍ମେଟ୍ରେ ଅଟୋ ଡ୍ରାଇଭିଂ କରୁଥିବା ନେଇ କଟିଛି ଚାଲାଣ
By madhulekha1 Min Read
