ବିବାହ ପୂର୍ବରୁ ଝିଅର ସ୍ଵୀକୃତି ନେବା ଜରୁରୀ। ଜୋର୍ ଜବରଦସ୍ତି ଝିଅର ବିବାହ କରେଇ ପାରିବେ ନାହିଁ ଅଭିଭାବକ ବୋଲି ସମାଲୋଚନା କରିଛନ୍ତି ଓଡ଼ିଶା ହାଇକୋର୍ଟ। କୋର୍ଟ କହିଛନ୍ତି,ଏପରି ମାମଲାରେ ସମ୍ମତି ସର୍ବୋପରି ଏବଂ ମାତାପିତା ଝିଅଙ୍କ ଇଚ୍ଛା ବିରୋଧରେ ନ ଯିବାକୁ ଆହ୍ବାନ ଦେଇଛନ୍ତି। ଜଣେ ୨୧ ବର୍ଷୀୟା ଯୁବତୀଙ୍କ ସ୍ବାଧୀନ ଭାବରେ ବଞ୍ଚିବାର ଅଧିକାରକୁ ସମର୍ଥନ କରି ଏହି ରାୟ ଆସିଛି। ୬ ଅଗଷ୍ଟ, ୨୦୨୫ରେ ଝିଅ ନିଖୋଜ ଥିବା ଅଭିଯୋଗ ନେଇ ବାପାଙ୍କ ତରଫରୁ ଦାୟର ଏକ ହେବିୟସ କର୍ପସ ପିଟିସନ୍ର ଶୁଣାଣି କରି ହାଇକୋର୍ଟ ଏଭଳି ଉଲ୍ଲେଖ କରିଛନ୍ତି। ହାଇକୋର୍ଟ କହିଛନ୍ତି, ଯେତେବେଳେ ଜଣେ ଝିଅ ବିବାହ ପାଇଁ ପ୍ରସ୍ତୁତ ନଥାଏ, ବାହ୍ୟ ବଳ ପ୍ରୟୋଗ କରି ତାଙ୍କୁ ବାହାଦେବା ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ। ଅଭିଭାବକମାନେ ନିଜ ନିଷ୍ପତ୍ତ ପିଲାମାନଙ୍କ ଉପରେ ଲଦି ଦେବାର ଭାବନା ବିରୋଧରେ ପ୍ରଶାସନ ସଚେତନ କରିବା ଆବଶ୍ୟକ। ପ୍ରାପ୍ତ ବୟସ୍କ ଝିଅର ନିଷ୍ପତ୍ତିକୁ ସମ୍ମାନ ଦେବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି।ଆହୁରି ଭଲ ଖବର ପାଇଁ ଆମକୁ ଫୋଲୋ (FoIIow) କରନ୍ତୁ । ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
ଜୋର୍ ଜବରଦସ୍ତ କରାଇ ହେବନି ଝିଅର ବିବାହ- ହାଇକୋର୍ଟ
By madhulekha1 Min Read
