ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୨,୧୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୦,୩୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୨,୧୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୦,୩୦୦ ଟଙ୍କାକୁ ପହଞ୍ଚିଛି।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୭୦,୦୦୦ ଟଙ୍କା ହୋଇଛି ।ବିଶେଷଜ୍ଞଙ୍କ କହିବାନୁଯାୟୀ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଗ୍ରାହକଙ୍କ କ୍ରୟ ବ୍ୟବହାରରେ କିଛିଟା ପରିବର୍ତ୍ତନ ଆସିଛି । କେବଳ ଆବଶ୍ୟକତା ମେଣ୍ଟାଇବା ପାଇଁ ଗ୍ରାହକମାନେ ସୁନା କିଣୁଛନ୍ତି । ସଉକ ପାଇଁ ସୁନା କିଣୁଥିବା ଗ୍ରାହକମାନେ ଭାବିଚିନ୍ତି ନିଷ୍ପତ୍ତି ନେଉଛନ୍ତି ।
ପୁଣି ରେକର୍ଡ କଲା ସୁନା-ରୂପା ଦର
By madhulekha1 Min Read
