ପ୍ଲେ ବଏ ସର୍ଭିସ୍ । କୋଟି କୋଟି ଟଙ୍କାର ଠକେଇରେ କିନ୍ତୁ ପୋଲିସ ଏବେ ଅଭିଯୁକ୍ତଙ୍କ ଅପେକ୍ଷା ପୀଡିତଙ୍କୁ ବେଶି ଖୋଜୁଛି । କାରଣ ଅଭିଯୋଗ କରିବାକୁ କେହି ଆଗେଇ ଆସିନାହାନ୍ତି । ପୋଲିସ ଚାହୁଁଛି ଠକେଇର ପରିମାଣ କେତେ ଆଉ ଠକାମିର ଶିକାର କେତେ ଜଣ, ଏହାର ଆକଳନ ଅଧିକ ଗୁରୁତ୍ବପୂର୍ଣ୍ଣ ।
ବିହାରର ନୱାଡା ଜିଲ୍ଲାରେ ପୋଲିସ ଏପରି ଏକ ଗ୍ୟାଙ୍ଗର କାରନାମା ଧରିଛି । ସନ୍ତାନ ନଥିବା ମହିଳାଙ୍କୁ ଶାରିରୀକ ସୁଖ ଦେଇ ଗର୍ଭବତୀ କରିପାରିଲେ ପାରିଶ୍ରମିକରେ ମିଳିବ ଲକ୍ଷ ଲକ୍ଷ ଟଙ୍କା । ଅତି କମରେ ତାହା ୧୦ ଲକ୍ଷ ଟଙ୍କା । ଏହି ଅଫରରେ ସାରା ଦେଶରେ ଅନେକ ଫସିଛନ୍ତି । ଆଉ ଠକେଇରେ ପଡିଥିବା ବୁଝିବା ବେଳକୁ କିଛି ଟଙ୍କା ହରେଇ ସାରିଥାନ୍ତି ଏପରି ଲୋକମାନେ ।ସୋସିଆଲ ମିଡିଆରେ ଆକର୍ଷଣୀୟ ବିଜ୍ଞାପନ ଦେଇ ଏହି ରାକେଟ ଚାଲିଥିଲା । “ଅଲ ଇଣ୍ଡିଆ ପ୍ରେଗନାଣ୍ଟ ଜବ୍ “ ନାମରେ ଆସୁଥିଲା ଏହି ବିଜ୍ଞାପନ । ତାହା ବେଶ୍ ହାଇଲାଇଟ୍ ହୋଇ ବା ସ୍ତ୍ରଲ କଲେ ବେଶ୍ ସ୍ପଷ୍ଟ ଭାବେ ଆସୁଥିଲା । ସୋସିଆଲ ମିଡିଆର କିଛି ଅଧିକ ୟୁଜର ଥିବା ପ୍ଲାଟଫର୍ମ ରେ ଏହି ବିଜ୍ଞାପନ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପିତ ହେଉଥିଲା । ଅର୍ଥ ବଦଲରେ ନିଃସନ୍ତାନ ମହିଳାଙ୍କ ସହ ସମ୍ଭୋଗ ଏବଂ ସେମାନଙ୍କୁ ଗର୍ଭତୀ କରିବାର ସର୍ତ୍ତ । ଏହା ସହ ଚାକିରି ଆଉ ଋଣର ଲୋଭ ଦେଉଥିଲା ସେହି ବିଜ୍ଞାପନ । କିନ୍ତୁ ସେସବୁ ଥିଲା ଫେକ୍ ପ୍ରତିଶୃତି । କିନ୍ତୁ ଏପରି ସର୍ତ୍ତ ଆଉ ସୁଯୋଗର ସହଜରେ ଫସୁଥିଲେ ଅନେକ ବୋକା, ଭୋଲାଭାଲା ପୁରୁଷ । ଆଉ ସେଥିରେ ସେହି ଫେକ୍ ସାଇବର ଲୁଟେରାର ଲକ୍ଷ୍ୟ ସାଧନ ହେଉଥିଲା । ତେବେ ଗ୍ରାହକଙ୍କୁ ପ୍ରଭାବିତ କରିବାକୁ ସାଇବର ଠକ କିଛି ମଡେଲଙ୍କ ଫଟୋ, ହୋଟେଲ ଆଉ ମିଛ ଲୋକେସନ ଇତ୍ୟାଦି ବି ପଠାଉଥିଲା । ଏଥିରେ ବିଶ୍ବାସ କରି ଗ୍ରାହକଟି କିଛି ଟଙ୍କା ଡିପୋଜିଟ କରି ଦେବା ପରେ ହିଁ ଖେଳ ଶେଷ । ନା ମିଳୁଥିଲେ ସୁନ୍ଦରୀ ନିଃସନ୍ତାନ ମହିଳା, ନା ଚାକିରି , ନା ଟଙ୍କା । ବିଜ୍ଞାପନ ଦାତା ଦେଇଥିବା କିଛି ବି ପ୍ରତିଶୃତି ପୂରଣ ହୋଇ ପାରୁନଥିଲା । ତାପରେ ଯୋଗାଯୋଗ କଲେ ବି ନଥିଲା ଫାଇଦା । ସମ୍ମାନହାନୀ ଭୟରେ ବିଚରା ଗ୍ରାହକ ରହୁଥିଲା ଚୁପ୍ । ଏ ସବୁର ପର୍ଦ୍ଦାଫାସ କରିଛି ନୱାଡା ସାଇବର ସେଲ୍ ପୋଲିସ ।ପ୍ଲେ ବଏ ସର୍ଭିସ୍ , ଚିପର ଲୋନ୍ ସର୍ଭିସ , ଧନୀ ଫାଇନାନ୍ସ , ଏସବିଆଇ ଚିପ୍ ଲୋନ୍ ଇତ୍ୟାଦି ଶୀର୍ଷକ ଦେଇ ସରଳ , ବୋକା ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ୍ । ତେବେ ସୁବିଧା ଦେବା ଆଗରୁ ବା ପ୍ରତିଶୃତି ପାଳନ ଆଗରୁ ରେଜିଷ୍ଟ୍ରେସନ , ପ୍ରୋସେସିଂ କଷ୍ଟ ଭଳି ନାମରେ ଆଗୁଆ କିଛି ଟଙ୍କା ନେଇ ଯାଉଥିଲେ । ତାପରେ ଫ୍ରଡ୍ ଫେରାର୍ ।
