କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ପରିବହନ ମନ୍ତ୍ରୀମାନଙ୍କର ଏକ ଜାତୀୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବହୁତ ଜଲଦି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କ୍ୟାସ ଲେସ ଟ୍ରିଟ ମେଣ୍ଟ ଯୋଜନା ଆସିବ ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ| ଦୁର୍ଘଟଣା ଘଟିଲେ ହସ୍ପିଟାଲ ନେଉଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ମିଳିବ |ଏହା ସହିତ ଦୁର୍ଘଟଣା ପରେ ହସ୍ପିଟାଲ ରେ ରୋଗୀଙ୍କୁ ୭ ଦିନ ପାଇଁ ତୁରନ୍ତ ଦେଢ଼ ଲକ୍ଷ ଟଙ୍କାର ଚିକତ୍ସା ସୁବିଧା ଦିଆଯିବ । ଯେଉଁ ଗାଡ଼ିରେ ଇନ୍ସୁରାନ୍ସ ନଥିବ ସେଥିପାଇଁ ଚିକତ୍ସା ଅର୍ଥ ସଡ଼କ ସୁରକ୍ଷା ରାଶିରୁ ଦିଆଯିବ ବୋଲି ସେ କହିଛନ୍ତି ।ଗଡକରୀ କହିଛନ୍ତି ଯେ ଭାରତରେ ଅତି କମରେ ୨୨ ଲକ୍ଷ ପ୍ରଶିକ୍ଷିତ ଡ୍ରାଇଭରଙ୍କ ଅଭାବ ରହିଛି। ଏହି ଅଭାବକୁ ଦୂର କରିବା ପାଇଁ, ଆମେ ୪୪ଟି ଡ୍ରାଇଭର ତାଲିମ କେନ୍ଦ୍ର ପ୍ରତିଷ୍ଠା କରିଛୁ ଏବଂ ଗୋଟିଏ ବର୍ଷ ମଧ୍ୟରେ ଆହୁରି ୮୭ଟି ନିର୍ମାଣ କରିବୁ। ଆମର ଯୋଜନା ହେଉଛି ଏହି କାର୍ଯ୍ୟକ୍ରମକୁ ୧,୦୨୧ କେନ୍ଦ୍ର ଏବଂ ୯୮ଟି ଆଞ୍ଚଳିକ ହବକୁ ବିସ୍ତାର କରିବା।
ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ୨୫ ହଜାର ଟଙ୍କା
By madhulekha1 Min Read
