ରାଜ୍ୟରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ରାୟଗଡା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ନାଇରା ଗ୍ରାମରେ ଏଭଲି ଅଭାବନୀୟ ଘଟଣା ଘଟିଛି । ଗତକାଲି ଦିନବେଳା ଏହି ଅଘଟଣ ଘଟିଥିବା ବେଳେ ଗୁଡାରି ଥାନାରେ ରାତିରେ ଅଭିଯୋଗ ହୋଇଥିବା ଜଣାପଡିଛି ।ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ୨୫ ବର୍ଷୀୟା ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ୩ ଜଣ ମିଶି ବଳାତ୍କାର ଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ମୁତାବକ ଯୁବତୀ ଜଣକ କପା ବାଡକୁ କପା ତୋଳିବାକୁ ଯାଇଥିଲେ। ସେହି ସମୟରେ ୩ ଜଣ ଯୁବକ ଯୁବତୀଙ୍କୁ ବଳାତ୍କାର କରିବା ସହିତ ଏହି କଥା କାହାକୁ ପ୍ରକାଶ କଲେ ମାରିଦେବେ ବୋଲି ଧମକ ଦେଇଥିବା ନେଇ ଯୁବତୀଜଣକ କହିଛନ୍ତି । ଏହି ମାମଲାରେ ଜଣକୁ ଥାନାରେ ଅଟକ ରଖି ପଚରଉଚରା କରୁଥିବା ଜଣାପଡିଛି ।
