ଏ ବର୍ଷ ଆକାଶରେ ଦେଖାଯିବ ସୁପରମୁନ୍ । ସୁପରମୁନ୍ ଓ ମାଇକ୍ରୋମୁନ୍ ଭଳି ମହାଜାଗତିକ ଦୃଶ୍ୟ ଏବର୍ଷ ଆକାଶରେ ଦୃଶ୍ୟମାନ ହେବ । ଜାନୁଆରୀ ୩ ତାରିଖରେ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ ।ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ।ଆସନ୍ତାକାଲି ଚନ୍ଦ୍ର ପୃଥିବୀଠାରୁ ପ୍ରାୟ ତିନି ଲକ୍ଷ ୬୨ହଜାର କିଲୋମିଟର ଦୂରରେ ରହିବ। ସାଧାରଣ ଦିନରେ ଦେଖାହେଉଥିବା ଚନ୍ଦ୍ରଠାରୁ ଏହା ୩୦ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ ‘ସୁପରମୁନ’ ଆସନ୍ତା ନଭେମ୍ବର ୨୪ରେ ଦେଖାଯିବ। ଶେଷ ‘ସୁପରମୁନ’ ଡିସେମ୍ବର ୨୩ରେ ଦେଖିବାକୁ ମିଳିବ। ଚଳିତ ବର୍ଷ ୩ଟି ସୁପରମୁନ୍ ସହ ୩ଟି ମାଇକ୍ରୋମୁନ ଦେଖିବାକୁ ମିଳିବ। ମେ’ ୧, ମେ’ ୩୧ ଏବଂ ଜୁନ୍ ୨୯ରେ ‘ମାଇକ୍ରୋମୁନ’ ଦେଖିବାକୁ ମିଳିବ।ସୁପରମୁନ୍ ଶବ୍ଦର ବ୍ୟବହାର ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ୍ ନର୍ଲ୍ ୧୯୭୯ ମସିହାରେ ପ୍ରଚଳନ କରିଥିଲେ। ଧୀରେ ଧୀରେ ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ଫଳରେ ଏହା ଅଧିକ ଲୋକପ୍ରିୟ ହୋଇପାରିଥିଲା।
କାଲି ଆକାଶରେ ଦିଶିବ ସୁପରମୁନ୍
By madhulekha1 Min Read
