ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର ସୂଚନା ଅନୁଯାୟୀ, ବର୍ଷର ଶେଷ ସାତ ଦିନ ମଧ୍ୟରେ ରାଜଧାନୀବାସୀ ପ୍ରାୟ ୩୨ କୋଟି ଟଙ୍କାର ମଦ ପିଇଛନ୍ତି।
ଏହି ସମୟରେ ପ୍ରାୟ ୨.୫ ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି ହୋଇଛି। ବିଦେଶୀ ମଦ ସହ ତାଳ ଦେଇ ପ୍ରାୟ ୧.୫ ଲକ୍ଷ ଲିଟର ଦେଶୀ ମଦ ମଧ୍ୟ ବିକ୍ରି ହୋଇଥିବା ଜଣାପଡ଼ିଛି।ଏହା ବ୍ୟତୀତ ଯୁବପିଢ଼ିଙ୍କ ମଧ୍ୟରେ ବିୟର୍ର ଚାହିଦା ବେଶ୍ ଅଧିକ ରହିଥିଲା। ଏହି ସମୟ ମଧ୍ୟରେ ପ୍ରାୟ ୧ ଲକ୍ଷ ୭୮ ହଜାର ଲିଟର ବିୟର୍ ବିକ୍ରି ହୋଇଛି।
