ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ଏହାକୁ ବର୍ତ୍ତମାନ ବିରୋଧ କରାଯାଉଥିବା ଦେଖାଯାଇଛି । ବିରୋଧ କରି ଗଜପତି ମହାରାଜା, ଆଇନ ମନ୍ତ୍ରୀ, ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ ।
ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଆଦୌ ସମୀଚିନ ନୁହେଁ । ପ୍ରତିବର୍ଷ ଧର୍ମଶାସ୍ତ୍ରବିତ ଓ ସଂସ୍କୃତି ବିଶାରଦ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତେଣୁ ଜାନୁଆରୀ ୧ ପାଇଁ ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନ ଯାଉ । ଘଟଣା ସଂପର୍କରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯାହା ଆବଶ୍ୟକତା ରହିଛି ତାହା କରାଯାଉଛି | ଏ ନେଇ ବହୁତ ତର୍ଜମା କରାଯାଇଛି ଏବଂ ମୁକ୍ତି ମଣ୍ଡପଠୁ ଆରମ୍ଭ କରି ସମସ୍ତଙ୍କ ସହିତ ଆଲୋଚନା ମଧ୍ୟ କରାଯିବ।
