ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା ଅଞ୍ଚଳରେ। ଏତଲା ପରେ ଅଭିଯୁକ୍ତ ଶିକ୍ଷକ ଜଣକ ଗିରଫ ହୋଇଛନ୍ତି। ପୀଡ଼ିତା ଘର ପାଖ ଦୋକାନକୁ ସଉଦା ଆଣିବାକୁ ଯାଇଥିବା ବେଳେ ସ୍ଥାନୀୟ ଶିକ୍ଷକ ଜଣକ ମିଠେଇ ଖାଇବାକୁ ଦେଇ ଛାତିରେ ହାତ ମାରିବା ସହିତ ଦୁଷ୍କର୍ମ ଉଦ୍ୟମ କରିବା ନେଇ ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି।ଛାତ୍ରୀ ଜଣକ ପଞ୍ଚମ ଶ୍ରେଣୀର ହୋଇଥିବାବେଳେ ନିଜ ଗାଁରେ ଶିକ୍ଷକ ତାଙ୍କୁ ଏପରି ଅସଦାଚରଣ କରିଥିବା ଏତଲାରେ ଦର୍ଶାଯାଇଛି।
୧୧ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଶିକ୍ଷକ ଗିରଫ
By madhulekha1 Min Read
