ଚାନ୍ଦବାଲିରେ ପୁଣି ଲଜ୍ଜା। ଦୁଷ୍କର୍ମ ଉଦ୍ୟମ ଶିକାର ପରେ ବିଷ ପିଇଦେଲେ ଯୁବତୀ। ଭଦ୍ରକ ଜିଲ୍ଲା ଧାମରା ପଞ୍ଚାୟତ ନରସିଂହପୁର ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରୋଷେଇ ଘରେ ଜଣେ ବାପଛେଉଣ୍ଡ ଝିଅଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ୧୭ ତାରିଖ ସନ୍ଧ୍ୟାରେ ଘଟଣାଟି ଘଟିଥିବା ବେଳେ ଲୋକଲଜ୍ଜା ଭୟରେ ବିଷପିଇ ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୀଡ଼ିତାଙ୍କ ମା’ ଏନେଇ ଗୁରୁବାର ଧାମରା ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ପୀଡ଼ିତାଙ୍କ ହାତଲେଖା ଚିଠି ଏବଂ ତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ଉକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।ସୂଚନା ମୁତାବକ, କିଛି ଦିନ ତଳେ ପଡୋଶୀ ଘରର ଯୁବକ ସମ୍ପୃକ୍ତ ଯୁବତୀଙ୍କ ଘରକୁ ଯାଇଥିଲା। ଘରେ କେହି ନଥିବାର ସୁଯୋଗ ପାଇଁ ଯୁବକ ଜଣକ ଦୁଷ୍କର୍ମ କରିଥିଲା । ଲୋକଲଜ୍ଜା ତଥା ମାନଲିକ ସନ୍ତୁଳନ ହରାଇ ଯୁବତୀ ଜଣକ ବିଷ ପିଇ ଦେଇଥିଲେ ।ଏନେଇ ତାଙ୍କୁ ଧାମରା ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଗତକାଲି ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୀଡିତା ମାଆଙ୍କ ଏତଲାକ୍ରମେ ଧାମରା ଥାନା କେସ୍ ନମ୍ୱର ୫୬ ୨୫ ରେ ମାମଲା ରୁଜୁ କରି ପୁଲିସ ଗତକାଲି ବିଳମ୍ୱିତ ରାତିରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ।
ଚାନ୍ଦବାଲିରେ ପୁଣି ଲଜ୍ଜା। ଦୁଷ୍କର୍ମ ଉଦ୍ୟମ ଶିକାର ପରେ ବିଷ ପିଇଦେଲେ ଯୁବତୀ
By madhulekha1 Min Read
