ପାଣ୍ଡିଆନ ଆମ ନେତା ନୁହଁନ୍ତି ଏଭଳି କହି ସମ୍ବିତ ରାଉତରାୟଙ୍କୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କହିଲେ ସମ୍ବିତ ଯାହା କହିଛନ୍ତି ଠିକ କହିଛନ୍ତି, ପାଣ୍ଡିଆନ ଆମ ନେତା ନୁହଁନ୍ତି, ଆମର ଜଣେ ନେତା ନବୀନ ପଟ୍ଟନାୟକ । ଦଳରେ ଗୋଷ୍ଠୀ କନ୍ଦଳ ନାହିଁ, ସମସ୍ତେ ଠିକ ସଂଗଠିତ ଅଛନ୍ତି । ଭୋଜିଭାତକୁ ନେଇ ଗୋଷ୍ଠୀକନ୍ଦଳ କହିବା ଠିକ ନୁହେଁ । ଅନ୍ୟପଟେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡିକୁ ଆସିବା ଚର୍ଚ୍ଚା ପ୍ରସଙ୍ଗରେ ବଡ ମନ୍ତବ୍ୟ ଦେଇଛନ୍ତି, ସାଂସଦ ଦେବାଶିଷ ସାମନ୍ତରାୟ ।ନବୀନ ବାବୁଙ୍କ ଉତ୍ତରାଧିକାରୀ ଓଡିଶାରୁ କେହି ହୋଇ ପାରିବେ । ଓଡିଶାବାସୀ ଯେଉଁ ନେତୃତ୍ୱକୁ ବିଶ୍ୱାସ କରିବେ, ସିଏ ନେତା ହେବେ । ନବୀନ ବାବୁ ନେତା ହେବେ ବୋଲି କଣ ବିଜୁ ବାବୁ କହିଥିଲେ କି, ନବୀନ ବାବୁ ଏବେ ବି ନେତା ଅଛନ୍ତି, ପରାଜୟ ପରେ ଲୋକେ ଝୁରୁଛନ୍ତି । ବିଜେଡି ସଜାଡି ହଇଗଲେ ରାଜ୍ୟରେ ସବୁଠାରୁ ଭଲ ବିକଳ୍ପ ହେବ ।
ସୁଜାତା ଓ ପାଣ୍ଡିଆନ ଆମ ନେତା ନୁହଁନ୍ତି: ପ୍ରମିଳା ଓ ଦେବାଶିଷ
By madhulekha1 Min Read
