ଜନଗଣନାକୁ ନେଇ ବଡ଼ ଘୋଷଣା ସାମ୍ନାକୁ ଆସିଛି । ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁଯାୟୀ, ବରଫାବୃତ ଅଞ୍ଚଳ ଏବଂ ଆଗାମୀ ନିର୍ବାଚନ ଥିବା ରାଜ୍ୟଗୁଡ଼ିକୁ ଛାଡ଼ି ସାରା ଦେଶରେ ୨୦୨୭ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ତାରିଖ ମଧ୍ୟରେ ଜନଗଣନା ପ୍ରକ୍ରିୟା ସମ୍ପାଦନ କରାଯିବ। ଏହି ଜନଗଣନା ପାଇଁ ସନ୍ଦର୍ଭ ତାରିଖ (Reference Date) ୨୦୨୭ ମାର୍ଚ୍ଚ ୧ ତାରିଖ ରାତି ୧୨ଟା ନିର୍ଦ୍ଧାରଣ କରାଯାଇଛି।ସେହିପରି ୨୦୨୭ ମାର୍ଚ୍ଚ ୧ ତାରିଖକୁ ରେଫରେନ୍ସ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଅର୍ଥାତ୍ ମାର୍ଚ୍ଚ ୧ ତାରିଖ (୦୦:୦୦ ଘଣ୍ଟା)କୁ ଆଧାର କରି ଦେଶର ଜନସଂଖ୍ୟା ହିସାବ କରାଯିବ। ଆହୁରି ମଧ୍ୟ ଗଣନା ଆରମ୍ଭ ହେବା ପୂର୍ବରୁ ସାଧାରଣ ଜନତାଙ୍କ ପାଇଁ ଅନଲାଇନ ଜରିଆରେ ନିଜେ ତଥ୍ୟ ପୂରଣ କରିବା (ସ୍ବ-ଗଣନା)ର ସୁବିଧା ରହିବ। ଜନସାଧାରଣ ୨୦୨୭ ଜାନୁଆରୀ ୧୦ରୁ ଜାନୁଆରୀ ୨୪ ମଧ୍ୟରେ ଏହି ସ୍ୱ-ଗଣନା କରିପାରିବେ। ଏହା ପରେ ମୂଳ ଗଣନା ସରିବା ପରେ ୨୦୨୭ ମାର୍ଚ୍ଚ ୧ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଏକ ସଂଶୋଧନ ପର୍ଯ୍ୟାୟ କାର୍ଯ୍ୟକାରୀ ହେବ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ ଓ ଆମକୁ ଫଲୋ କରନ୍ତୁ
