ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ନଭେମ୍ବର ୩ରୁ ୫ ପର୍ଯ୍ୟନ୍ତ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ବାତିଲ। ରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ନେଇ ରାଇରଙ୍ଗପୁର ଏଡିଏମ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ନଭେମ୍ବର ୩ ତାରିଖରୁ ରାଷ୍ଟ୍ରପତିଙ୍କର ତିନିଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ଥିଲା। ତେବେ ଏହା ପୂର୍ବରୁ ଅକ୍ଟୋବର ୨୮ ତାରିଖରେ ମଧ୍ୟ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେହି ଗସ୍ତକୁ ମଧ୍ୟ ବାତିଲ୍ କରାଯାଇଥିଲା।
