୨୦୨୬-୨୭ ଆର୍ଥିକ ବର୍ଷର ଅତିରିକ୍ତ ବ୍ୟୟ ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ସପ୍ଲିମେଣ୍ଟାରୀ ଷ୍ଟେଟମେଣ୍ଟ ଅଫ୍ ଏକ୍ସପେଣ୍ଡିଚର୍ ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ବିଭାଗର ନୂଆ ଯୋଜନା, ଅତିରିକ୍ତ ଆବଶ୍ୟକତା ଓ ଅନୁମୋଦିତ କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ବଜେଟ ବ୍ୟବସ୍ଥା କରାଯିବ । ଏଥିରେ ରାଜ୍ୟର ବିକାଶମୂଳକ କାର୍ଯ୍ୟ, ଯୋଜନା କାର୍ଯ୍ୟାନ୍ୱୟନ ଓ ବିଭାଗୀୟ ଆର୍ଥିକ ଆବଶ୍ୟକତାକୁ ପ୍ରାଥମିକତା ଦିଆଯାଇଛି ।୨୦୨୬-୨୭ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଆଣିବେ ମୋହନ ସରକାର । ଅତିରିକ୍ତ ବଜେଟ ପ୍ରସ୍ତୁତି ନେଇ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ପ୍ରଶାସନିକ ବିଭାଗକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।ନିର୍ଦ୍ଦେଶାବଳୀ ଅନୁଯାୟୀ, ୨୦୨୬-୨୭ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ବିଧାନସଭାର ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି । ବିଭାଗଗୁଡ଼ିକୁ ନିଜ ନିଜ ପ୍ରସ୍ତାବ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥ ବିଭାଗ ନିକଟରେ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ଦାଖଲ କରିବାକୁ କୁହାଯାଇଛି । ଅର୍ଥ ବିଭାଗର ଏହି ନିର୍ଦ୍ଦେଶାବଳୀରେ ବାସ୍ତବ ଆବଶ୍ୟକତା ଆଧାରରେ ଅର୍ଥ ବରାଦ, ଅନାବଶ୍ୟକ ଅର୍ଥ ସମର୍ପଣକୁ ରୋକିବା ଓ ରାଜ୍ୟର ବିକାଶମୂଳକ ଖର୍ଚ୍ଚକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
