ଆଜି ଭଦ୍ରକ ସହରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସ୍ତାରେ ସାଇକେଲରେ ଯାଉଥିଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ। ଲୋକେ ଏହି ଦୃଶ୍ୟକୁ ବେଶ୍ ଉପଭୋଗ ମଧ୍ୟ କରୁଥିଲେ।। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ବିଭିନ୍ନ ସମୟରେ ନୂଆ ନୂଆ କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚାରେ ଥିଲାବେଳେ ଆଜି ସାଇକେଲରେ ନିଜ କାର୍ଯ୍ୟାଳୟକୁ ଆସି ପୁଣି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛନ୍ତି । ସାଇକେଲ ଚଢି ନିଜ କର୍ମଚାରୀଙ୍କ ସହିତ ଜିଲ୍ଲାବାସୀଙ୍କୁ ନୂଆ ବାର୍ତ୍ତା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ସଡ଼କ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଓ ଫିଟ୍ ରହିବା ସହିତ ସରକାରୀ ଅର୍ଥ ଖର୍ଚ୍ଚକୁ କମ କରିବାର ବାର୍ତ୍ତା ନେଇ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆଜି ସାଇକେଲରେ ନିଜ କାର୍ଯ୍ୟାଳୟ ଆସିଛନ୍ତି । ସେ ଗବସାହି ସ୍ଥିତ ନିଜ ଆବାସିକ କାର୍ଯ୍ୟାଳୟରୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟକୁ ଦୁଇ କିଲୋମିଟର ସାଇକେଲରେ ଆସିଛନ୍ତି ।ସୂଚନାଯୋଗ୍ୟ, ବିଶ୍ବ ସାଇକେଲ୍ ଦିବସରେ ବି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ।
ସାଇକେଲ ଧରି କାର୍ଯ୍ୟାଳୟରେ ପହଞ୍ଚିଲେ ଭଦ୍ରକ ଜିଲ୍ଲାପାଳ
By madhulekha1 Min Read
