ଆସନ୍ତା ଜାନୁଆରୀ ୬ ତାରିଖରୁ ହେବ ପକ୍ଷୀ ଗଣନା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ଚିଲିକା, ନଳବଣ, ମଙ୍ଗଳାଯୋଡ଼ି, ହୀରାକୁଦ, ନନ୍ଦନକାନନ ପରି ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଗଣତି କରିବ ଜଙ୍ଗଲ ଓ ପରିବେଶ ବିଭାଗ । ପର୍ଯ୍ୟଟନ ବିଭାଗର ବି ସହଯୋଗ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଚଳିତ ବର୍ଷ ପକ୍ଷୀ ଗଣନା କାର୍ଯ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ସହ ପର୍ଯ୍ୟଟନ ବିଭାଗ ମଧ୍ୟ ସହଯୋଗ କରିବ। ପକ୍ଷୀମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଉଭୟ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ। ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଜଳବାୟୁ ପରିବର୍ତ୍ତନ ପକ୍ଷୀମାନଙ୍କ ପାଇଁ ବେଶ୍ ଅନୁକୂଳ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।ପକ୍ଷୀଙ୍କ ସୁରକ୍ଷା ପାଇଁ ପକ୍ଷୀ ସଂରକ୍ଷଣ, ଆଧୁନିକ ୱାଚ୍ ଟାୱାର, ଏନକ୍ଲୋଜର ନିର୍ମାଣ ହେବ, ପକ୍ଷୀ ମାନଙ୍କ ପାଇଁ ଆଧୁନିକ ପରିବେଶ ତିଆରି କରିବା ଏବଂ ଲୋକଙ୍କୁ ଜାଗୃତ କରାଯିବ । ସେହିପରି ଶିକାରୀ ମାନଙ୍କ ଗତିବିଧି ରୋକାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି
ରାଜ୍ୟରେ ଜାନୁଆରୀ ୬ରୁ ଆରମ୍ଭ ହେବ ପକ୍ଷୀ ଗଣନା
By madhulekha1 Min Read
