ଦୀର୍ଘ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ଜେଲରେ ବିଚାରାଧୀନ କୈଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ ନେତା ଆଜାଦ ଓରଫ ଡନା କେଶବ ରାଓ। ଆଜି ଏକ ସ୍ୱତନ୍ତ୍ର କୋର୍ଟର ରାୟ ଅନୁସାରେ ତାଙ୍କୁ ସମସ୍ତ ମାମଲାରୁ ନିର୍ଦୋଷରେ ଖଲାସ କରାଯାଇଛି।୨୦୦୮ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟାରେ ଜଳେସପଟା ଆଶ୍ରମରେ ସଶସ୍ତ୍ର ଆକ୍ରମଣ ହୋଇଥିଲା। ଏଥିରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣରେ ୧୫ରୁ ୨୫ ଜଣ ସଶସ୍ତ୍ର ବ୍ୟକ୍ତି ସାମିଲ ଥିବା ଏବଂ ସେମାନେ ମୁହଁରେ ମାସ୍କ କିମ୍ବା ମଙ୍କି କ୍ୟାପ୍ ପିନ୍ଧିଥିବା ବିଭିନ୍ନ ସାକ୍ଷୀଙ୍କ ବୟାନରୁ ପ୍ରମାଣିତ ହୋଇଥିବା କୋର୍ଟ କହିଛନ୍ତି।ଆଜାଦଙ୍କ ବିରୋଧରେ ମୁଖ୍ୟତଃ ଜଣେ ସାକ୍ଷୀଙ୍କ ପରିଚୟ ଦେବାର ବୟାନ ଥିଲା। ତେବେ ଅନ୍ୟ କୌଣସି ସାକ୍ଷୀ ତାଙ୍କୁ ଚିହ୍ନଟ କରିନଥିଲେ। ଆକ୍ରମଣକାରୀମାନେ ମୁହଁ ଢାଙ୍କିଥିବା ବେଳେ ଜଣେ ସାକ୍ଷୀଙ୍କ ଏକାକୀ ପରିଚୟ ଉପରେ ନିର୍ଭର କରି ଆଜାଦଙ୍କୁ ଦୋଷୀ ସାବ୍ୟସ୍ତ କରିବା ସୁରକ୍ଷିତ ନୁହେଁ ବୋଲି କୋର୍ଟ ମତ ଦେଇଛନ୍ତି।
