୮୦ତମ ସ୍ଵାଧୀନତା ଦିବସ ପାଳନ କରୁଛି ଦେଶ। ଆଜି ସ୍ଵାଧୀନ ଭାରତର ଗୌରବମୟ ଯାତ୍ରାରେ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଏହି ଅବସରରେ ଭୁବନେଶ୍ଵର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସ୍ଵାଧିନତା ଦିବସ ପାଳନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଓଡ଼ିଶାର ଜନ ଆନ୍ଦୋଳନ ବିନା ସ୍ବାଧୀନତା ପରିକଳ୍ପନା ଅସମ୍ପୂର୍ଣ୍ଣ। ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ସ୍ମରଣୀୟ ହୋଇ ରହିଛି। ୮୦ ବର୍ଷରେ ଭାରତ ବିକାଶ ଯାତ୍ରାରେ ଆଗେଇ ଚାଲିଛି। ଗତ ୧ ବର୍ଷ ଦେଶ ପାଇଁ ଥିଲା ଅତ୍ୟନ୍ତ ଘଟଣା ବହୁଳ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଠିକ ନିଷ୍ପତ୍ତି ପାଇଁ ଦେଶ ଠିକ ମାର୍ଗରେ ଚାଲିଛି। ୧୨ ବର୍ଷରେ ମୋଦିଙ୍କ ଦୂରଦର୍ଶୀ ନୀତି ଦେଶକୁ ବିକାଶ ପଥରେ ନେଇଛି।
