ରୋହିତ ଶର୍ମା କ୍ୟାରିୟରର ଏପରି ଏକ ପଦକ୍ଷେପ ପାଇଁ ପ୍ରସ୍ତୁତ ହେଉଛନ୍ତି ଯାହା ଯେତିକି ମନୋରଞ୍ଜନଧର୍ମୀ, ସେତିକି ଅପ୍ରତ୍ୟାଶିତ ପ୍ରମାଣିତ ହୋଇପାରେ। ଜୁନ୍ ୨୦୨୪ରେ ଟି-୨୦ ଆନ୍ତର୍ଜାତୀୟ ଏବଂ ମେ’ ୨୦୨୫ରେ ଟେଷ୍ଟ କ୍ରିକେଟରୁ ଓହରିଯିବା ପରେ, ଭାରତର ଏହି ପ୍ରସିଦ୍ଧ ଓପନର ଏବେ ନିଜର ଶୋ’ ସହିତ ମନୋରଞ୍ଜନ ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି। ସୋନି ଟିଭି ନେଟୱାର୍କ ପକ୍ଷରୁ ‘ଦ ରୋହିତ ଶର୍ମା ଶୋ’ର ଏକ ନୂଆ ଟିଜର୍ ରିଲିଜ୍ କରାଯାଇଛି। ଏହା ପରେ ଶୋ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଗତ ମେ’ ମାସରେ ରିଲିଜ୍ ହୋଇଥିବା ଏକ ପ୍ରୋମୋରେ ରୋହିତଙ୍କ ପ୍ରସିଦ୍ଧ ‘ଗାର୍ଡେନ୍ ମେଁ ଘୁମନେ’ ଡାଏଲଗ୍କୁ ନେଇ ମଜାଦାର ଝଲକ ଦେଖିବାକୁ ମିଳିଥିଲା। ଏବେ ନୂଆ ଟିଜର୍ରେ ରୋହିତ କ୍ୟାମେରାମ୍ୟାନ୍ ଏବଂ ଅନ୍ୟ କ୍ରୁ ସଦସ୍ୟଙ୍କୁ ପରାମର୍ଶ ଦେଉଥିବା ନଜର ଆସିଛନ୍ତି।ଶୋ’ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାଂଶ ବିବରଣୀ ଗୁପ୍ତ ରଖାଯାଇଛି। ତେବେ ରୋହିତ ଶର୍ମା ନିଜେ ଏହି ଶୋ’ର ହୋଷ୍ଟ କିମ୍ବା ଆଙ୍କର୍ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି।
ରୋହିତ ଶର୍ମାଙ୍କ ନୂଆ ଇନିଂସ! , ଖୁବ୍ଶୀଘ୍ର ଆସୁଛି ‘ରୋହିତ ଶର୍ମା ଶୋ’
By madhulekha
ଖେଳ
