ଭାରତୀୟ କ୍ରିକେଟର ଯୁଜବେନ୍ଦ୍ର ଚହଲଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼। କିଛିଦିନ ତଳେ ସେ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ଛାଡ଼ପତ୍ର ଦେଉଥିବା ଖବର ଚର୍ଚ୍ଚାରେ ରହିଥିଲା। ହେଲେ ଏଥିରେ ମୋହର ବାଜି ନ ଥିଲେ। ଏବେ କିନ୍ତୁ ଯେଉଁ ନୂଆ ସୂଚନା ଆସିଛି ତାକୁ ଦେଖିଲେ ଏକଥା ଶତ ପ୍ରତିଶତ ସତ ବୋଲି ସ୍ପଷ୍ଟ ହେଉଛି। ସେଇଟି ହେଲା ଉଭୟ ଷ୍ଟାର ପରସ୍ପରକୁ ସୋସିଆଲ ମିଡିଆରେ ଅନ୍ଫଲୋ କରିଛନ୍ତି।ଏଥିରୁ ଫ୍ୟାନ୍ସ ଦୁହିଁଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିବା ଅନୁମାନ କରୁଛନ୍ତି । ଅଭିନେତ୍ରୀ ଧନଶ୍ରୀ ଏବଂ ୟୁଜବେନ୍ଦ୍ର ଚହଲ ୨୦୨୦ରେ ବିବାହ କରିଥିଲେ । ବିବାହର ୪ ବର୍ଷ ପରେ ଛାଡପତ୍ର ଚର୍ଚ୍ଚା ସାମ୍ନାକୁ ଆସିଛି । ତେବେ ଏନେଇ ଦୁହିଁଙ୍କ ପକ୍ଷରୁ କୌଣସି ଅଫିସିଆଲ ସ୍ପଷ୍ଟୋକ୍ତି ଆସିନାହିଁ । ତେବେ ଏହି ଯୋଡ଼ିଙ୍କ ପ୍ରେମ କାହାଣୀ ନୃତ୍ୟରୁ ଆରମ୍ଭ ହୋଇଥିଲା। ଲକ୍ଡାଉନ୍ ସମୟରେ ଉଭୟ ପରସ୍ପରର ନିକଟତର ହୋଇଥିଲେ। ଏକାଠି ନାଚୁ ନାଚୁ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିବାହ ବେଶ ଧୁମ୍ଧାମ୍ରେ ହୋଇଥିଲା।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।