ଜଣେ ଯୁବ ଇଞ୍ଜିନିୟର ୮ ମହଲାରୁ ତଳକୁ ଡେଇଁ ଜୀବନ ହାରିଛନ୍ତି । ତାଙ୍କ ନାମ ରୋନିତ ଜେନା। ପୁଅର ମୃତ୍ୟୁ ପାଇଁ ପ୍ରେମିକାକୁ ଦାୟୀ କରି ପରିବାର ଲୋକେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଖରାବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା ପୂର୍ବର ଘଟଣା ସିସିଟିଭିରେ କଏଦ ହୋଇଛି ।ଛାତ ଉପରକୁ ସିଡିରେ ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପାର୍ବଣରେ ରୋନିତ ଘରକୁ ଆସିଥିଲେ । ୧୨ ତାରିଖରେ ରୋନିତ ମା’ଙ୍କୁ ସାଙ୍ଗରେ ନେଇ ବିଭିନ୍ନ ପୂଜା ମଣ୍ଡପ ବୁଲାଇଥିଲେ । ପରେ ରାତିରେ ସମସ୍ତେ ମିଶି ଏକାଠି ଖାଇଥିଲେ ।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ରୋନିତ। ଯୁବତୀଙ୍କ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଥିଲେ । କୌଣସି କଥାକୁ କେନ୍ଦ୍ର କରି ପ୍ରେମରେ ପୂର୍ଣ୍ଣଛେଦ ପଡିଥିଲା। ଯାହାକୁ ନେଇ ରୋନିତ ହତାଶ ହୋଇପଡିଥିଲେ। ବିଳମ୍ବିତ ରାତିରେ ରୋନିତ ମୋବାଇଲରେ ପ୍ରେମିକାଙ୍କ ସହ ଉଚ୍ଚବାଚ୍ଚରେ କଥା ହୋଇଥିଲେ । ଭୋର ୪ଟା ୨୨ରେ ସେ ଆପାର୍ଟମେଣ୍ଟ୍ର ୮ ମହଲାରୁ ତଳକୁ ଡ଼େଇଁ ପଡ଼ିଥିଲେ । ତଳେ ରୋନିତଙ୍କ ମୃତଦେହ ପଡ଼ିଥିବା ଦେଖି ପାଖ ପଡ଼ୋଶୀମାନେ ପରିବାର ଲୋକଙ୍କୁ ଜଣାଇଥିଲେ ।