ଭାରତରେ ୬୦ପ୍ରତିଶତ ଲୋକ କାର୍ଯ୍ୟଭାର କାରଣରୁ ଅତ୍ୟନ୍ତ ଥକ୍କା ଏବଂ ଚିନ୍ତାରେ ରହିଥାନ୍ତି। ପୂର୍ବରୁ ୨୦୧୯ର ଏକ ରିପୋର୍ଟରୁ ଜଣାପଡ଼ିଥିଲା ଯେ ମୁମ୍ବାଇ ବିଶ୍ୱର ସବୁଠାରୁ ପରିଶ୍ରମୀ ସହର। ସେହିପରି ରାଜଧାନୀ ଦିଲ୍ଲୀ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ତାଲିକାରେ ହାନୋଇ ଓ ମେକ୍ସିକୋ ସିଟି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଏହାସହିତ ଭାରତୀୟମାନେ ସର୍ବନିମ୍ନ ଛୁଟି ନେଉଥିବା ମଧ୍ୟ ଜଣାପଡ଼ିଛି।ତେବେ ବିଶେଷଜ୍ଞଙ୍କ ମତରେ ଭାରତରେ ଏକ ଘଣ୍ଟା କାମ କରିବା ଦ୍ୱାରା ଜିଡିପିରେ ୮ଡଲାର (ପାଖାପାଖି ୬୫୦ଟଙ୍କା) ଯୋଗଦାନ ରହିଛି। ଏଭଳି ପରିସ୍ଥିତିରେ ଲୋକମାନେ ଉତ୍ପାଦନଶୀଳ ହେଲେ ହିଁ ଦୀର୍ଘ ସମୟ ଧରି କାମ କରି ଟଙ୍କା ରୋଜଗାର କରିପାରିବେ। ଦୀର୍ଘ ସମୟ କାମ କରିବା ଦ୍ୱାରା ଉତ୍ପାଦକତା କମିଯାଏ।