ଆଜି ପବିତ୍ର ଗୁରୁ ଦିବସ। ଗୁରୁ-ଶିଷ୍ୟ ପରମ୍ପରା ବହୁପ୍ରାଚୀନ । ବିଦ୍ୟାର୍ଥୀର ଉଚିତ୍ ମାର୍ଗଦର୍ଶକ ହେଉଛନ୍ତି ଗୁରୁ । ଗୁରୁଙ୍କ ଅବଦାନକୁ ସମ୍ମାନ ଓ ସ୍ମରଣ କରିବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖରେ ପାଳନ କରାଯାଏ ଗୁରୁ ଦିବସ ।୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ର ମାନ୍ୟତା ମିଳିଛି। ଜଣେ ମହାନ୍ ପଣ୍ଡିତ, ଦାର୍ଶନିକ ଓ ଭାରତରତ୍ନ ପ୍ରାପ୍ତ ରାଧାକୃଷ୍ଣନ୍ ତୁଳନାତ୍ମକ ଧର୍ମ ଓ ଦର୍ଶନ କ୍ଷେତ୍ରରେ ବିଂଶ ଶତାବ୍ଦୀର ବିଶିଷ୍ଟ ଭାରତୀୟ ବିଦ୍ବାନମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ।ରାଧାକ୍ରିଷ୍ଣନଙ୍କର ମହାନ୍ ଚରିତ୍ର ସମସ୍ତ ଶିକ୍ଷକ ସମାଜ ପାଇଁ ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ । ପରବର୍ତ୍ତୀ ସମୟରେ ସେ ଗାନ୍ଧିଜୀଙ୍କର ସଂସ୍ପର୍ଶରେ ଆସିଥିଲେ । ୧୯୫୨ ମସିହାରେ ସେ ଭାରତର ଉପରାଷ୍ଟ୍ରପତି ହୋଇଥିଲେ । ଏହାପରେ ୧୯୭୨ ରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଭାରତରତ୍ନରେ ଭୂଷିତ କରାଯାଇଥିଲା।