ଫେମସ ପୋଡକାଷ୍ଟର ଏବଂ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ପୁଣି ଥରେ ବିବାଦ ଘେରରେ। ଭାରତ ଏବଂ ପାକିସ୍ତାନ ଉତ୍ତେଜନା ମଧ୍ୟରେ, ସେ ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିପାଇଁ ୟୁଜର୍ସମାନେ ଏବେ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଏହି ପୋଷ୍ଟରେ ରଣବୀର ପାକିସ୍ତାନୀମାନଙ୍କୁ କ୍ଷମା ମାଗିଥିବାର ଦେଖାଯାଇଥିଲା।ପାକିସ୍ତାନୀମାନଙ୍କୁ ‘ପ୍ରିୟ ପାକିସ୍ତାନୀ’ ବୋଲି ସମ୍ବୋଧିତ କରିବା ଏବଂ ଭାରତୀୟମାନେ ପାକିସ୍ତାନୀଙ୍କୁ ଘୃଣା କରୁଥିବା ଦର୍ଶାଇ ସେ ନିଜ ତରଫରୁ ପାକିସ୍ତାନୀଙ୍କୁ କ୍ଷମା ମାଗିଛନ୍ତି। ରଣବୀର ଆହୁରି ଲେଖିଛନ୍ତି, “ତୁମର ଦେଶ ସରକାର ଦ୍ୱାରା ପରିଚାଳିତ ନୁହେଁ। ଏହା ତୁମର ସେନା ଏବଂ ତୁମର ଗୁପ୍ତ ସେବା (ISI) ଦ୍ୱାରା ପରିଚାଳିତ। ସ୍ୱାଧୀନତା ପରଠାରୁ ଏହି ଦୁଇ ଖଳନାୟକ ତୁମର ଅର୍ଥନୀତିକୁ କ୍ଷତି ପହଞ୍ଚାଇଛନ୍ତି। ସେମାନେ ଭାରତରେ କ୍ରମାଗତ ଆତଙ୍କବାଦୀ ଆକ୍ରମଣ ପାଇଁ ମଧ୍ୟ ଦାୟୀ। ଯଦି ଆମେ ଘୃଣା ପ୍ରସାର କରୁଛୁ ବୋଲି ଲାଗୁଛି ତେବେ ମୁଁ ହୃଦୟର ଗଭୀରତାରୁ ଦୁଃଖିତ।”