ଛତିଶଗଡ଼ରେ ଡ୍ୟାମ୍ ଓ ବ୍ୟାରେଜଗୁଡ଼ିକରେ ପାଣି ଭର୍ତ୍ତି ହେବା ପରେ ଖୋଲାଯାଇଛି କଲମା ଡ୍ୟାମ୍। ଏଥିଯୋଗୁଁ ବଢୁଛି ହୀରାକୂଦର ଜଳସ୍ତର। ତେଣୁ ରବିବାର । ପୂଜାର୍ଚ୍ଚନା ପରେ ଏ ବର୍ଷ ପ୍ରଥମ ଥର ପାଇଁ ଖୋଲାଯିବ ହୀରାକୁଦ ବନ୍ଧର ୬ଟି ଦ୍ବାର। ତେବେ ହୀରାକୁଦେରେ ବିପଦ ସଂକେତ ଠାରୁ ଜଳ ସ୍ତର ତଳେ ଥିବାରୁ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ସେ ଆହୁରି କହିଛନ୍ତି ଯେ ଦକ୍ଷିଣ ଓଡ଼ିଶାର ଋଷିକୂଲ୍ୟା ପୁରୁଷୋତ୍ତମପୁର ୫ ମିଟର ତଳେ ଅଛି । ବଂଶଧରାର ଜଳସ୍ତର କମ୍ ଅଛି । ଇନ୍ଦ୍ରାବତୀ ଜଳଭଣ୍ଡାରରେ ମାତ୍ର ୩୦% ପାଣି ଅଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।