ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଦିନ ପାଖେଇବା ସହ ବଢୁଛି ଉତ୍କଣ୍ଠା । ତେବେ ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ମନା । ଦର୍ଶକମାନେ ପାଣି ବୋତଲ ନେଇ ଷ୍ଟାଡିୟମକୁ ଯାଇପାରିବେ ନାହିଁ । ଷ୍ଟାଡିୟମକୁ ଫିଙ୍ଗିବା ଆଦି ସାମଗ୍ରୀ ଉପରେ କଟକଣା ରହିଛି । ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଆଜି ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ଭୁବନେଶ୍ୱରରେ ପହଞ୍ଚିବେ । ଏୟାରପୋର୍ଟଠୁ ହୋଟେଲ ଯାଏ ସୁରକ୍ଷା କଡ଼ାକଡ଼ି କରାଯାଇଛି ବୋଲି କହିଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ ।
ଅନ୍ୟପଟେ ବାରବାଟୀ ମ୍ୟାଚ୍ ପାଇଁ ଟିକେଟ କଳାବଜାରୀ କରି 7 ଜଣ ଗିରଫ ହୋଇଛନ୍ତି । 3 ଜଣଙ୍କୁ ଗିରଫ କରିଛି ଦରଘା ବଜାର ଥାନା ପୋଲିସ । ଅନ୍ୟ 4 ଜଣଙ୍କୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । 7 ଜଣଙ୍କୁ ଗିରଫ ସହ 30 ହଜାର ଟଙ୍କା ଜବତ କରିଛି ପୋଲିସ । ଡିଲ୍ ବେଳେ ମାଡ଼ି ବସିଲା ସାଦା ପୋଷାକଧାରୀ ପୋଲିସ । 30 ହଜାର ଟଙ୍କା ସହ 25ଟି ଗାଡ଼ି ଜବତ ହୋଇଛି । 700 ଟଙ୍କିଆ ଟିକେଟ୍କୁ 3 ହଜାର ଟଙ୍କାରେ ବିକ୍ରି କରୁଥିଲେ । 1100 ଟଙ୍କିଆ ଟିକେଟ୍କୁ 5 ରୁ 10 ହଜାର ଟଙ୍କାରେ ବିକୁଥିଲେ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।