ଆଜି ହରିୟାଣା ବିଧାନସଭା ନିର୍ବାଚନ । ସକାଳୁ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେଉଛି । ଏହି ନିର୍ବାଚନରେ ୨ କୋଟିରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।ବିଧାନସଭାର ୯୦ଟି ଆସନ ପାଇଁ ମୋଟ ୧୦୩୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୦୧ ଜଣ ମହିଳା ଅଛନ୍ତି।ମୁଖ୍ୟମନ୍ତ୍ରୀ ନାୟବ ସିଂ ସୋନି ତାଙ୍କ ପରିବାର ସହିତ ହରିୟାଣା ବିଧାନସଭା ନିର୍ବାଚନରେ ଭୋଟ ଦେଇଛନ୍ତି। ଏହି ସମୟରେ ସେ କହିଥିଲେ ଯେ ବିକଶିତ ହରିୟାଣାକୁ ଭୋଟ ଦିଅନ୍ତୁ। ଏଥି ସହ ତୃତୀୟ ଥର ପାଇଁ ଭାଜପା ସରକାର ଏକ ବଡ଼ ବ୍ୟବଧାନରେ ସରକାର ଗଠନ କରିବ ବୋଲି ସେ ଦାବି କରିଛି।