ଯାତ୍ରା କରିବା ସମୟେର କାଳେ ବାନ୍ତି ହୋଇଯିବ ବୋଲି ଭୟ ଆସୁଛି କି। ତେବେ ବର୍ତମାନ ଚିନ୍ତା ମୁକ୍ତ ରୁହନ୍ତୁ। କାହିଁକି ନା ଯାତ୍ରା କରିବା ସମୟରେ ଏହି ୪ ଘରୋଇ ଉପଚାର ଆପଣଙ୍କ ବାନ୍ତିକୁ ପୁରା ଅଟକାଇ ଦେବ।
୧. ଯଦି ଯାତ୍ରା କରିବା ପାଇଁ ବାହାରକୁ ବାହାରୁଛନ୍ତି ତେବେ ସାଙ୍ଗରେ ଲେମ୍ବୁ ନେଇ ଯାଆନ୍ତୁ। ଯେଉଁ ସମୟରେ ବାନ୍ତି ଅନୁଭବ ହେବ ସେହି ସମୟରେ ଲେମ୍ବୁର ଚୋପା ଛଡ଼ାଇ ତାହାକୁ ଶୁଘିଂ ନେବେ। ଏଭଳି କରିଲେ ବାନ୍ତି ଆସିବ ନାହିଁ।
୨. ଯଦି ବସରେ ଯାତ୍ରା କରୁଛନ୍ତି ଆଉ ବସରେ ବାନ୍ତି ହେଉଛି ତେବ ମନେ ରଖନ୍ତୁ ଯେଉଁ ସିଟରେ ଆପଣ ବସିବେ ସେଥିରେ ଗୋଟିଏ ପେପର ପକାଇ ଦିଅନ୍ତୁ। ଆଉ ସେହି ପେପର ଉପରେ ବସନ୍ତୁ। ଆଉ ବାନ୍ତି ଲାଗିବ ନାହିଁ।
୩. ତୁଳସୀ ପତ୍ର ପାଖରେ ରଖନ୍ତୁ। ଏହାକୁ ଖାଇବା ଦ୍ବାରା ବାନ୍ତି ଆସିନଥାଏ। ଏହା ବ୍ୟତୀତ ଗୋଟିଏ ବୋଟଲରେ ଲେମ୍ବୁ ଏବଂ ପୁଦିନା ରସକୁ କଳା ଲୁଣ ମିଶାଇ ରଖନ୍ତୁ ଏବଂ ଏହାକୁ ଅଳ୍ପ ଅଳ୍ପ କରି ପିଅନ୍ତୁ। ଫଳରେ ବାନ୍ତି ଲାଗିବ ନାହିଁ। ନଚେତ ଲେମ୍ବୁକୁ କାଟି ସେଥିରେ କଳା ଲଙ୍କା ଏବଂ କଳା ଲୁଣ ଲଗାଇ ଚାଟନ୍ତୁ। ଏତିରେ ବି ବାନ୍ତି ହୋଇଯାଏ।
୪. ଲବଙ୍ଗକୁ ଗୁଣ୍ଡ କରି ଗୋଟିଏ ଡବାରେ ରଖିଦିଅନ୍ତୁ। ଯାତ୍ରା କରିବାକୁ ଗଲେ କିମ୍ବା ଯଦି ବାନ୍ତି ଲାଗୁଥିବ ତେବେ ଗୋଟିଏ ଚାମଚ କାଢ଼ି ସେଥିରେ ଟିକେ ଚିନି କିମ୍ବା କଳା ଲୁଣ ମିଶାଇ ଏହାକୁ ଖାଆନ୍ତୁ।