ଆଖି ବିଶେଷଜ୍ଞଙ୍କ ଅନୁସାରେ ଚିନ୍ତା, ଆଖି ଉପରେ ଅଧିକ ପ୍ରଭାବ, ଅଧିକ କାଫିନ୍ର ସେବନ, କିଛି ସ୍ୱତନ୍ତ୍ର ଔଷଧ, ଆଖିର ଶୁଷ୍କପଣ ପାଇଁ ଆଖି ଡେଇଁଥାଏ । ଏହାସହ ଭିଟାମିନ୍ ବି ୧୨ର ଅଭାବରୁ ମଧ୍ୟ ଆଖି ଡେଇଁଥାଏ । ଭିଟାମିନ୍ ବି ୧୨ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଆବଶ୍ୟକ । ଏହାର ଅଭାବରୁ ଶରୀରରେ ବିଭିନ୍ନ ସମସ୍ୟା ଆରମ୍ଭ ହୋଇଥାଏ । ଆଖି ଡେଇଁବାର ମୁଖ୍ୟ କାରଣ ଭିଟାମିନ୍ର ଅଭାବ ହୋଇପାରେ । ଭିଟାମିନ୍ର ଅଭାବ ହେବା ଦ୍ୱାରା ଶରୀର ଉପରେ ଅନେକ ପ୍ରଭାବ ପଡିଥାଏ । ତା’ମଧ୍ୟରୁ ଗୋଟିଏ ହେଉଛି ଆଖି ଡେଇଁବା।ଆଖି ଡେଇଁବାରୁ ରକ୍ଷା ପାଇବା ପାଇଁ ସଠିକ୍ ମାତ୍ରାରେ ଶୁଅନ୍ତୁ । କାଫିନ୍, ନିଶା ଜିନିଷର ସେବନ କରନ୍ତୁ ନାହିଁ । ଚିନ୍ତାରୁ ଦୂରେଇ ରହିବା ସହ ଆଖି ପାଇଁ କିଛି ବ୍ୟାୟାମ କରନ୍ତୁ । ଏହାସହ ଭିଟାମିନ୍ ବି ୧୨ ଥିବା ଖାଦ୍ୟକୁ ଭରପୁର ମାତ୍ରାରେ ନିଜ ଖାଦ୍ୟରେ ସାମିଲ କରନ୍ତୁ।