ପାକିସ୍ତାନ ଏବେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଛି। ପାକିସ୍ତାନର ଲାହୋ ର, କରାଚି ଓ ରାୱଲପିଣ୍ଡି ଭଳି ତିନୋଟି ଷ୍ଟାଡିୟମରେ ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ୍ ଖେଳାଯାଉଛି। ନିକଟରେ ଲାହୋରରେ ଏକ ମ୍ୟାଚ୍ ବେଳେ ଜଣେ ଯୁବକ ଭାରତୀୟ ଜାତୀୟ ପତାକା ଉଡ଼ାଇ ଗିରଫ ହୋଇଛି । ସୁରକ୍ଷାକର୍ମୀମାନେ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ପାଖକୁ ଆସି ତ୍ରିରଙ୍ଗା ଜବତ କରିଥିଲେ। ଖାଲି ସେତିକି ନୁହେଁ, ଯୁବକଙ୍କୁ କଲର ଧରି ଷ୍ଟାଡିୟମରୁ ବାହାରକୁ ନିଆଯାଇଥିଲା। ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।ଭାରତ ପତାକା ଉଡାଉଥିବା ଯୁବକଙ୍କୁ ଯେଉଁପରି ଭାବରେ ପାକିସ୍ତାନ ଗିରଫ କଲା ତାହାକୁ ନେଇ ସବୁଠି ନାପସନ୍ଦ କରାଯାଇଛି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।