ଭାରତୀୟ କ୍ରିକେଟ ଟିମର ପୂର୍ବତନ ଷ୍ଟାର ଖେଳାଳି ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିଥିଲା |ନିକଟରେ ବିନୋଦ କାମ୍ବଲି ରମାକାନ୍ତ ଆଚରେକର ମେମୋରିଆଲର ଉଦ୍ଘାଟନ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ସଚିନ ତେନ୍ଦୁଲକର ମଧ୍ୟ ପହଞ୍ଚିଥିଲେ । ସଚିନ ଏବଂ କାମ୍ବଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଲାଗିଥିଲା । କାମ୍ବଲି ସଚିନଙ୍କୁ ନିଜ ପାଖରେ ବସାଇବାକୁ ଚାହୁଁଥିଲେ, କିନ୍ତୁ ସଚିନ ତାଙ୍କ ପାଖରେ କିଛି ସମୟ ରହିବା ପରେ ଅନ୍ୟ ସ୍ଥାନରେ ବସିବାକୁ ଚାଲିଯାଇଥିଲେ ।ସୋମବାର କାମ୍ବଲିଙ୍କ ଜଣେ ଫ୍ୟାନ ହସ୍ପିଟାଲ ବେଡରେ ଥିବା କାମ୍ବଲିଙ୍କ ଗୋଟିଏ ଭିଡିଓ ଜାରି କରିଛନ୍ତି। ଏଥିରେ କାମ୍ବଲି ହସ୍ପିଟାଲ ବେଡରେ ଶୋଇଥିବା ବେଳେ ସ୍ମୃତ ହାସ୍ୟ ଦେଇ କ୍ୟାମେରାକୁ ଥମ୍ବ୍ସଅପ କରୁଛନ୍ତି। ନିକଟରେ କାମ୍ବଲିଙ୍କ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା। ସେଥିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆଦୌ ଭଲ ନଥିବା ଜଣାଡ଼ିଥିଲା।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।