ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନ ମଣ୍ଡଳୀରେ ବାଜିମାତ୍ କରିଛନ୍ତି କଂଗ୍ରେସର ଭିନେଶ ଫୋଗଟ୍। ମଙ୍ଗଳବାର ଦିନ ହରିଆଣା ବିଧାନସଭା ନିର୍ବାଚନରେ ସେ ଜୁଲାନା ଆସନ ଜିତିଛନ୍ତି ବୋଲି ନିର୍ବାଚନ ଆୟୋଗ କହିଛନ୍ତି।ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଥିଲେ ବି ଭାଜପା ପ୍ରାର୍ଥୀ ଯୋଗେଶ ବୈରାଗୀଙ୍କୁ ସେ ୬୦୦୦ ଭୋଟରେ ପରାଜିତ କରିଛନ୍ତି। ଏଥିସହ ଦଳ ୧୯ ବର୍ଷ ପରେ ପ୍ରଥମ ଥର ଲାଗି ଏହି ଆସନରେ ଜିତି ଇତିହାସ ରଚିଛି। ଶେଷଥର ଲାଗି ଦଳ ୨୦୦୫ରେ ଜିତିଥିଲା।ନିର୍ବାଚନମଣ୍ଡଳୀ ଏକ ପ୍ରମୁଖ ଯୁଦ୍ଧକ୍ଷେତ୍ର ଭାବରେ ଉଭା ହୋଇଥିଲା। ଭିନେଶ ପ୍ରଥମ ଥର ପାଇଁ ଏହି ଆସନରୁ ତାଙ୍କର ନିର୍ବାଚନୀ ଡେବ୍ୟୁ କରିଛନ୍ତି।