ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ ହାଉସ ଦ୍ବାରା ଏକ ଭିଡିଓ ରିଲିଜ କରି ସେ ଏହା ଘୋଷଣା କରିଛନ୍ତି। ଥାଲାପତି ଦେଶରେ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ତାଙ୍କ ଦଳ ‘ତାମିଝାଗା ଭେତ୍ରି କାଝଗମ’ ଗଠନ କରିଥିଲେ। ନିକଟରେ ସେ ପାର୍ଟି ପାଇଁ ପତାକା ମଧ୍ୟ ଉନ୍ମୋଚନ କରିଥିଲେ। ଏହି ଅବସରରେ ଥାଲାପତି କହିଥିଲେ ଯେ, ତାଙ୍କ ଦଳ ୨୦୨୬ ବିଧାନସଭା ନିର୍ବାଚନରେ ଲଢିବ।ଏହାରି ଭିତରେ ବିଜୟ ନାଁରେ ଯୋଡ଼ି ହୋଇଛି ଆଉ ଏକ ରେକର୍ଡ । ବିଜୟ ଗୋଟିଏ ଫିଲ୍ମ ପାଇଁ ସବୁଠୁ ଅଧିକ ଟଙ୍କା ନେଉଥିବା ଭାରତୀୟ ଅଭିନେତା ହୋଇଛନ୍ତି । ରିପୋର୍ଟ ଅନୁସାରେ ‘ଥାଲାପତି 69’ ଫିଲ୍ମ ପାଇଁ ବିଜୟ ୨୭୫ କୋଟି ଟଙ୍କା ଚାର୍ଜ କରୁଛନ୍ତି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।