ଭେଟେରାନ ଅଭିନେତ୍ରୀ ଆଶା ଶର୍ମା। ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।ଆଶା ଟେଲିଭିଜନ ଜଗତର ଜଣେ ପ୍ରସିଦ୍ଧ ତାରକା ଥିଲେ। ସେହି ସମୟରେ ସେ ଜଣେ ସମ୍ମାନିତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଅଭିନେତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ।ଆଶାଙ୍କ ମୃତ୍ୟୁ ସମ୍ପର୍କରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅଭିନେତ୍ରୀ ଟିନା କହିଛନ୍ତି ଯେ ଗତ ବର୍ଷ ତାଙ୍କ ଚଳଚ୍ଚିତ୍ର ଆଦିପୁରୁଷ ରିଲିଜ ହେବା ପରେ ସେ ୪ ଥର ଖସିପଡିଥିଲେ ଏବଂ ଗତ ଏପ୍ରିଲରୁ ସେ ଶଯ୍ୟାଶାୟୀ ଥିଲେ। କିନ୍ତୁ ସେ ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ କାମ କରିବାକୁ ଚାହୁଁଥିଲେ । ଆଶା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଟିଭି ସୋ ଏବଂ ଚଳଚ୍ଚିତ୍ରରେ କାମ କରିଛନ୍ତି ବିଶେଷ କରି ତାଙ୍କୁ ମା’ ଓ ଜେଜେ ମା’ ଭୂମିକାରେ ଅଧିକ ଦେଖିବାକୁ ମିଳେ। ତାଙ୍କ କ୍ୟାରିୟରରେ ପ୍ରାୟ ୪୦ ଟି ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ କାମ କରିଥିଲେ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।