ଘରେ ବୁଢିଆଣୀ ଜାଲ ରହିବା ଦ୍ୱାରା ଘରେ ଆଦୌ ଶାନ୍ତି ରହିନଥାଏ । ମା’ଲକ୍ଷ୍ମୀ ଘରେ ବାସ କରନ୍ତି ନାହିଁ । କେବଳ ଧନ ଖର୍ଚ୍ଚ ହୋଇଥାଏ । କରଜ ଲାଗି ରହିଥାଏ । ଏହାସହ ବୁଢିଆଣାୀ ଜାଲ ରହିଲେ ପରିବାର ସଦସ୍ୟ ବାରମ୍ବାର ରୋଗଗ୍ରସ୍ତ ହୋଇ ଥାଆନ୍ତି।ମାନସିକ ଅଶାନ୍ତି ବୃଦ୍ଧି ପାଇଥାଏ । ଠାକୁର ଘରେ ବୁଢିଆଣୀ ଜାଲ ରହିବା ଦ୍ୱାରା ର୍ଦୁଭାଗ୍ୟ ଆସିଥାଏ । ରୋଷେଇ ଘରେ ଏହା ରହିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ।ଘରର କୋଣରେ, ବିଭିନ୍ନ କକ୍ଷରେ କାନ୍ଥରେ ବୁଢିଆଣୀ ଜାଲ ନିଶ୍ଚୟ ଦେଖିଥିବେ । ଏହା ରହିବା ଦ୍ୱାରା ଆଦୌ ଧନ ସଞ୍ଚୟ ହୋଇ ପାରିନଥାଏ । ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇଥାଏ ।