ନୂଆବର୍ଷରେ ଆସୁଛି ବର୍ଷା ପ୍ରିୟଦର୍ଶିନୀଙ୍କ ‘ୱାଇଫ୍’। ଜାନୁଆରୀ ୩ ତାରିଖରେ ବଡ଼ ଦରଦାକୁ ଆସିବ ଏହି ଫିଲ୍ମ। ଏଥିରେ ବର୍ଷା ମୁଖ୍ୟ ଚରିତ୍ରରେ ଥିବା ବେଳେ ନିଜେ ସହ ପ୍ରଯୋଜିକା ଅଛନ୍ତି। ଏହାର କାହାଣୀ ସତ ଘଟଣା ଉପରେ ଆଧାରିତ ନା କାଳ୍ପନିକ, ତାକୁ ନେଇ ନାନା ଚର୍ଚ୍ଚା ହେଉଛି। ତେବେ ପୂରା ଫିଲ୍ମ ବଡ଼ ପରଦାକୁ ଆସିବା ପରେ ଉଠିବ ପର୍ଦ୍ଦା।ପ୍ରାୟ ଅଢେଇ ଘଂଟାର ଫିଲ୍ମରେ ସ୍ବାମୀ-ସ୍ତ୍ରୀ ସମ୍ପର୍କର ନିଚ୍ଛକ ଘରୋଇ କାହାଣୀ ପରିବେଷଣ କରାଯାଇଛି । ଜାନୁଆରୀ ୩ରେ ଫିଲ୍ମ ପରଦାକୁ ଆସିବ । ରିଲିଜି ପୂର୍ବରୁ ଭୁବନେଶ୍ବରର ଓଡିଶୀ ଗବେଷଣା କେନ୍ଦ୍ରରେ ‘ୱାଇଫ’ର ସ୍ବତନ୍ତ୍ର ସ୍କ୍ରିନିଂ ହୋଇଛି । ଅନୁଭବ ମହାନ୍ତିଙ୍କ ଜୀବନକୁ ନେଇ ଦିଲ୍ଲୀର ସାମ୍ବାଦିକ ଜାଗୃତି ଶୁକ୍ଲା ‘ବ୍ଲକବଷ୍ଟର ଟୁ ବାଲାଟ ବକ୍ସ’ ନାମକ ଏକ ପୁସ୍ତକ ରଚନା କରୁଛନ୍ତି । ଖୁବଶୀଘ୍ର ବହି ବଜାରକୁ ଆସିବ। ଆଉ ତା ପୂର୍ବରୁ ବର୍ଷାଙ୍କ ଫିଲ୍ମ ‘ୱାଇଫ’ ଓଲିଉଡରେ ଚର୍ଚ୍ଚା ବଢାଇବ ବୋଲି ଆଲୋଚନା ହେଉଛି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।