ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ପରିତ୍ୟକ୍ତ ଘରୁ ଚାରି ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି । ଶିଶୁ କନ୍ୟାଟି ଅଜା ଘରକୁ ବୁଲିଯାଇଥିବା ବେଳେ ନିଖୋଜ ହୋଇ ଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କଲେ ବି ପାଇନଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ଭୋରରୁ ଶିଶୁ କନ୍ୟାକୁ ପୋଲିସ ସହାୟତାରେ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଆଡପଡ଼ା ମେଡିକାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ତେବେ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ପୋଲିସ ପହଞ୍ଚି ଘଟଣା ସ୍ଥଳରୁ କିଛି ନମୁନା ସଂଗ୍ରହ କରିଥିଲେ ।ତେବେ ଶିଶୁକନ୍ୟାଟିକୁ ତାର ମାମୁ ବଳାତ୍କାର ପରେ ହତ୍ୟା କରିଥିବା ରବିବାର ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଉକ୍ତ ବଲାତ୍କାରୀ ଓ ହତ୍ୟାକାରୀ ମାମୁଙ୍କୁ ପୋଲିସ ଗିରଫ କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି।ପୋଲିସର କହିବାନୁଯାୟୀ ଶିଶୁକନ୍ୟା ତଥା ଭାଣିଜୀଙ୍କୁ ଚକଲେଟ ଓ ଚିପ୍ସ ଦେଇ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟ ନିର୍ମାଣାଧୀନ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ମାମୁଁ କାଳିଆ ନେଇଥିଲା। ସେଠାରେ କାଳିଆ ତାକୁ ବଳାତ୍କାର ଓ ପରେ ହତ୍ୟା କରିଥିଲା।