ଟିଭି ଅଭିନେତ୍ରୀ ଦୀପିକା କକ୍କର ଆଜିକାଲି ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଦୀପିକାଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲିଭର କ୍ୟାନସର ହୋଇଛି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ସମସ୍ତ ପ୍ରଶଂସକଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି।ଦୀପିକା ଇନଷ୍ଟାଗ୍ରାମରେ ପୋଷ୍ଟଟି ସେୟାର କରିବା ପରେ, ସୋଏବ ଇବ୍ରାହିମ ୟୁଟ୍ୟୁବରେ ଏକ ବ୍ଲଗ୍ ସେୟାର କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ ଏହି ସପ୍ତାହରେ ଅପରେସନ୍ ହେବାର ଥିଲା, କିନ୍ତୁ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଡାକ୍ତରମାନେ ଏହାକୁ ସ୍ଥଗିତ ରଖିଛନ୍ତି । ‘ଆହ୍ଲାଙ୍କ କୃପାରୁ, ସ୍କାନ ରିପୋର୍ଟ ସ୍ପଷ୍ଟ ହୋଇଛି’ । ଭାଇରସ କିମ୍ବା ଏହାର କୋଷଗୁଡ଼ିକ ଶରୀରର ଅନ୍ୟ ଅଂଶକୁ ବ୍ୟାପି ନାହିଁ । ଯାହା ହେଉନା କାହିଁକି, ଏହା ଟ୍ୟୁମର ମଧ୍ୟରେ ସୀମିତ ଏବଂ ଅପରେସନ୍ ଦ୍ୱାରା ଟ୍ୟୁମରକୁ ବାହାର କରିବା ପରେ ଏହା ଠିକ୍ ହୋଇଯିବ । ବର୍ତ୍ତମାନ ଡାକ୍ତରମାନେ କହୁଛନ୍ତି ଯେ ସବୁକିଛି ନିୟନ୍ତ୍ରଣରେ ଅଛି । ହେଲେ ଭବିଷ୍ୟତରେ କ’ଣ ହେବ ତାହା କେବଳ ଆହ୍ଲା ଭଲ ଭାବରେ ଜାଣନ୍ତି’ ।