ତ୍ରିଫଳା, ୩ଟି ଫଳର ସମାହାର। ହରିଡ଼ା, ଅଁଳା ଏବଂ ବାହାଡ଼ା। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ତ୍ରିଫଳା ପାଣିରେ ଲାକ୍ସାଟିଭ୍, ଭିଟାମିନ୍, ଖଣିଜ ଦ୍ରବ୍ୟ ଆଦି ପ୍ରଚୁର ପରିମାଣରେ ରହିଥାଏ।ମୋଟାପଣ କମ୍ କରିବାକୁ ଚାହୁଁଥିଲେ ତ୍ରିଫଳାରୁ କାଢ଼ା ପ୍ରସ୍ତୁତ କରନ୍ତୁ। ସେଥିରେ ଚିନି ମିଶାଇ ପିଇଲେ ମେଦବହୁଳତା ହ୍ରାସ ପାଇଥାଏ। ଅନ୍ୟ ପକ୍ଷରେ ତ୍ରିଫଳା ପାଉଡର ଆଖି ପାଇଁ ବରଦାନ ସଦୃଶ। ଏଥିରେ ଗାଇ ଘିଅ ଏବଂ ଚିନି ମିଶାଇ ସେବନ କରିବା ଦ୍ୱାରା ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ।ଏହା ପାଚନ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ପେଟ ସମସ୍ୟା ଦୂର କରିଥାଏ।
ହରିଡ଼ା, ବାହାଡ଼ା ଓ ଅଁଳାକୁ ଗୋଟା କିମ୍ବା ଚୂର୍ଣ୍ଣ କରି ରାତିରେ ଅଧାଗ୍ଲାସ୍ ପାଣିରେ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ଡାଇବେଟିସ୍ ଓ ହୃଦ୍ ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ନିୟମିତ ଏହି ପାଣି ପିଇଲେ ରକ୍ତ ସଞ୍ଚାଳନ ନିୟନ୍ତ୍ରିତ ହେବା ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।
ଏହି ପାଣି ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ କରିଥାଏ। ସେହିପରି ଆଣ୍ଠୁଗଣ୍ଠି ଯନ୍ତ୍ରଣା, ରକ୍ତଚାପ, କର୍କଟ ରୋଗ, ହରମୋନସ୍ତର ନିୟନ୍ତ୍ରଣ, ଉଜ୍ଜ୍ୱଳ ତ୍ୱଚା, କଳାଦାଗ, କେଶ ବୃଦ୍ଧି ଆଦି କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।